Rain Alert / ଆସିଲା ମୌସୁମୀ; ୨ରୁ ୩ ଡିଗ୍ରୀ କମିବ ପାରଦ, ଆଜି ଅନେକ ସ୍ଥାନରେ ବର୍ଷା ସମ୍ଭାବନା
·3 months ago·2 min read

Key Points
ଆସିଲା ମୌସୁମୀ
୨ରୁ ୩ ଡିଗ୍ରୀ କମିବ ପାରଦ
ଆଜି ଅନେକ ସ୍ଥାନରେ ବର୍ଷା ସମ୍ଭାବନା
୨ରୁ ୩ ଡିଗ୍ରୀ କମିବ ପାରଦ
ଆଜି ଅନେକ ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ବର, ୧୩/୦୬: ଓଡ଼ିଶା ଆସିଗଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଚିରାଚରିତ ଦକ୍ଷିଣ ଓଡ଼ିଶା ବାଟ ଛାଡ଼ି ଉତ୍ତର ପଟୁ ପ୍ରବେଶ କରିଛି । ଏପଟେ ମୌସୁମୀ ଆଗମନ ନେଇ ପାଣିପାଗ ବିଭାଗର ବିଧିବଦ୍ଧ ଘୋଷଣା ସଭିଙ୍କୁ ଚକିତ କରିଦେଲା । ଅବଶ୍ୟ ପାଗ ବି ବଦଳିଛି । କେତେକ ଜିଲ୍ଲାରେ ଭଲ ବର୍ଷା ହୋଇଛି । ଆକଳନ କରାଯାଉଛି, ସକାଳ ସୁଦ୍ଧା ଆଉ କିଛି ଜିଲ୍ଲାକୁ ଛୁଇଁଯିବ ମୌସୁମୀ ।
ପାଣିପାଗ ବିଭାଗ ମାନଚିତ୍ର ଜାରି କରି ଦେଖାଇଛି, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାର କିଛି ଅଂଶରେ ମୌସୁମୀ ପ୍ରବେଶ କରିଛି । ତେବେ ଜଗତସିଂହପୁରକୁ ସାମାନ୍ୟ ସ୍ପର୍ଶ କରିଛି । ବିହାର, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର କିଛି ଅଂଶ ମଧ୍ୟ ଛୁଇଁଛି । ଆକଳନ କରାଯାଉଛି, ମୌସୁମୀ ଆଗକୁ ବଢ଼ିବାକୁ ପାଗ ଅନୁକୂଳ ଅଛି । ୨-୩ ଦିନ ଭିତରେ ଓଡ଼ିଶାର ଆଉ କିଛି ଅଞ୍ଚଳକୁ ଖେଳିଯିବ ମୌସୁମୀ ବର୍ଷା ।
ମିଳିଥିବା ସୂଚନା ଅନୁସାରେ ଆଜି ଭଦ୍ରକ, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ଜଗତସିଂହପୁର, ଖୋର୍ଦ୍ଧା ଓ ନୟାଗଡ଼ର କିଛି ସ୍ଥାନରେ ବର୍ଷା ହୋଇଛି । ଶନିବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତିରେ ଘଡ଼ଘଡ଼ି ସହ ବର୍ଷା ଏବଂ ୫୦-୬୦ କିମି ବେଗରେ ପବନ ହୋଇପାରେ । ଦକ୍ଷିଣର ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତିର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ପଶ୍ଚିିମ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ହୋଇପାରେ । ଏଭଳି ବର୍ଷା ପାଗ କିଛିଦିନ ରହିପାରେ । ୪ ଦିନ ଭିତରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ।
ପଢନ୍ତୁ ଏହି ଖବର: ଆସନ୍ତା ୫ ଦିନ ଯାଏଁ ଲାଗି ରହିବ କାଳବୈଶାଖୀ, ୩ ରୁ ୪ ଦିନ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ, ପାଣିପାଗ ବିଭାଗର ପୁର୍ବାନୁମାନ
ପାଣିପାଗ ବୈଜ୍ଞାନିକଙ୍କ ମତରେ ବର୍ତ୍ତମାନ ରାଜ୍ୟରେ ମୌସୁମୀ ପ୍ରବଳ ବର୍ଷା ନ କଲେ ମଧ୍ୟ କିଛି କିଛି ବର୍ଷା କରାଇବ । ଆସନ୍ତା ୧୫-୧୬ ଯାଏଁ ଏଭଳି ପାଗ ରହିପାରେ । ତା’ପରେ ବର୍ଷା ସାମାନ୍ୟ କମିପାରେ । ପାଣିପାଗ ବୈଜ୍ଞାନିକ ବିଶ୍ୱଜିତ ସାହୁ କହିଛନ୍ତି, ଶନିବାର ରାଜ୍ୟର ବିସ୍ତାରିତ ଅଞ୍ଚଳରେ ବର୍ଷା ହୋଇପାରେ । ତେଣୁ ମୌସୁମୀ ଆସନ୍ତା ୨୪ ଘଣ୍ଟା ଭିତରେ ଆଉ କିଛି ସ୍ଥାନରେ ପ୍ରବେଶ କରିବା ସମ୍ଭାବନା ଅଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା କାଳବୈଶାଖୀର ତାଣ୍ଡବ। ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଅଞ୍ଚଳରେ କାଳବୈଶାଖୀ ଝଡ଼ର ପ୍ରଭାବରେ,ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରବଳ ପବନ ବୋହିବା ଯୋଗୁଁ ଅନେକ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବା ବେଳେ, କିଛି ଗଛ ଘର ଉପରେ ପଡ଼ି ଘରଗୁଡ଼ିକର କ୍ଷତିଗ୍ରସ୍ତ ହୋଇଥିଲା। ସେହିପରି ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଥିଲା କାଳବୈଶାଖୀର ତାଣ୍ଡବ। ଅନେକ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା। ଅନେକ ଘରର ଛାତ ମଧ୍ୟ ଉଡ଼ି ଯାଇଥିଲା।
Related Topics
Explore more stories