Monsoon to Soak Raja Festival / ରଜରେ ସାରା ଓଡ଼ିଶାକୁ ଭିଜେଇବ ମୌସୁମୀ, ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ
·3 months ago·2 min read

Key Points
ରଜରେ ଭିଜାଇବ ମୌସୁମୀ
ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ
ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ
ଆସନ୍ତା ୨୪ ଘଣ୍ଟା ପାଇଁ ସାରା ରାଜ୍ୟରେ ବର୍ଷା ସହ ବିଜୁଳି, ଘଡଘଡି ସମ୍ଭାବନା
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୁଚନା

ଭୁବନେଶ୍ବର,୧୦/୦୬: ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଥିବା ବେଳେ ରଜ ବେଳକୁ ମୌସୁମୀ ବର୍ଷାରେ ଭିଜିବ ସାରା ଓଡ଼ିଶା। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ। ଏନେଇ ପାଗ ଅନୁକୂଳ ରହିଛି ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ।
ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ୩ ଦିନ ପରେ ରାଜ୍ୟରେ ଦିନ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିବ। କାଳବୈଶାଖୀ ବର୍ଷା ଫଳରେ ଗରମରୁ ମିଳିବ ଆଶ୍ୱସ୍ତି। ସକାଳେ ଖରା ଓ ଅପରାହ୍ନରେ ବର୍ଷା ହେଉଥିବା ବେଳେ ଆସନ୍ତା ୨୪ ଘଣ୍ଟା ପାଇଁ ସାରା ରାଜ୍ୟରେ ଅର୍ଥାତ୍ ୩୦ଟି ଜିଲ୍ଲାରେ ବର୍ଷା ସହ ବିଜୁଳି, ଘଡଘଡି ଓ ୪୦ରୁ ୫୦ କିଲୋମିଟର ଝଟକା ପବନ ବହିବାର ସମ୍ଭାବନାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହିଭଳି ପାଗ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ବର୍ତ୍ତମାନ ଉତ୍ତର-ପଶ୍ଚିମରୁ ଗରମ ଶୁଖିଲା ପବନ ପ୍ରବାହିତ ହେଉଛି । ଆଉ ଓଡିଶାର ପବନ ଦକ୍ଷିଣ-ପୂର୍ବ ଆଡକୁ ଚାଲିଯାଉଛି। ଏହି କାରଣରୁ ମୌସୁମୀ ଓଡିଶାରେ ପହଞ୍ଚିବାକୁ ବିଳମ୍ବ ହେବ। ଜୁନ୍ ୨୦ ସୁଦ୍ଧା ରାଜ୍ୟର ସବୁ ଭାଗକୁ ଛୁଇଁବା ସମ୍ଭାବନା ରହିଛି। ତା ପୂର୍ବରୁ କେବଳ କିଛି ପାର୍ଟରେ ମୌସୁମୀ ଛୁଇଁବା ସମ୍ଭାବନା ଅଛି। ତେବେ କାଳବୈଶାଖୀ ସମୟରେ ସତର୍କ ରୁହନ୍ତୁ। ଘର ଭିତରେ ରୁହନ୍ତୁ, ଗଛ ତଳେ ଆଶ୍ରୟ ନିଅନ୍ତୁ ନାହିଁ।
ପଢନ୍ତୁ ଏହି ଖବର: ଆଗାମୀ ୨-୩ ଦିନ ମଧ୍ୟରେ ଓଡିଶାକୁ ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପାଣିପାଗ ବିଭାଗ କହିଛି, ମୌସୁମୀ ଆଗକୁ ବଢ଼ିବା ପାଇଁ ପାଗ ଅନୁକୂଳ ଅଛି । ୪-୫ ଦିନ ଭିତରେ ମହାରାଷ୍ଟ୍ର, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶର କିଛି ଅଂଶ ସହ ତାମିଲନାଡ଼ୁର ବାକି ଅଂଶ ଏବଂ ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ଓଡ଼ିଶାର କେତେକ ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବ । ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଉପକୂଳ ଓଡ଼ିଶାରେ ଗରମ ସହ ଗୁଳୁଗୁଳି ପ୍ରକୋପ ରହିପାରେ । ପ୍ରତିଦିନ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ଥିବାବେଳେ ୧୧ରୁ ବର୍ଷା ବଢ଼ିପାରେ । ୧୧ ଓ ୧୨ରେ ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ଆସନ୍ତା ୩ ଦିନ ପରେ ରାଜ୍ୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ ।
ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ଏବେ ତାତି ବିଶେଷ ବଢ଼ିବନି । ୧୨ରୁ ପାଗ ପ୍ରାୟତଃ ବଦଳିପାରେ । କାଳବୈଶାଖୀ ବର୍ଷା ବଢ଼ିପାରେ । ୧୪ରୁ ୧୭ ତାରିଖ ଭିତରେ ମୌସୁମୀ ଓଡ଼ିଶା ଛୁଇଁପାରେ ।

Related Topics
Explore more stories