Odisha Monsoon / ଆଗାମୀ ୨-୩ ଦିନ ମଧ୍ୟରେ ଓଡିଶାକୁ ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି
·3 months ago·2 min read

Key Points
ରାଜ୍ୟରେ ପ୍ରାକମୌସୁମୀ ବର୍ଷା ଲାଗିରହିଥିବା ବେଳେ ଆଗାମୀ 2-3 ଦିନ ମଧ୍ୟରେ ଓଡିଶାକୁ ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି
ଆଜି ପୁଣି ଆଗକୁ ବଢିଲା ମୌସୁମୀ। ରାଜ୍ୟରେ ପ୍ରାକମୌସୁମୀ ବର୍ଷା ଲାଗିରହିଥିବା ବେଳେ ଆଗାମୀ 2-3 ଦିନ ମଧ୍ୟରେ ଓଡିଶାକୁ ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି। ଆଜି ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶର ଆହୁରି କିଛି ଅଞ୍ଚଳକୁ ଅଗ୍ରସର ହୋଇଥିବା ବେଳେ ତେଲେଙ୍ଗାନାର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି ମୌସୁମୀ। କିନ୍ତୁ ଗତ ୨ ଦିନ ଧରି ରାଜଧାନୀ ରେ ଲଗାତାର କାଳବୈଶାଖୀ ସତ୍ତ୍ବେ ଅସହ୍ୟ ଗୁଳୁଗୁଳି ପ୍ରଭାବ ଜାରି ରହିଛି ସକାଳ ସମୟରେ। ଆଜି ୧୧.୩୦ ସୁଦ୍ଧା ରାଜଧାନୀରେ ଦିନ ତାପମାନ୍ତ୍ରା ୩୬.୨ ଡିଗ୍ରୀ ରେକର୍ଡ କରାଯାଇଛି ବେଳେ ହିଟ୍ ଇଣ୍ଡେକ୍ସ ରହିଥିଲା ୫୨ ଡିଗ୍ରୀ ସେଲସିୟସ ଓ ଆର୍ଦ୍ରତା ୬୬ ପ୍ରତିଶତ। ଯାହା ରାଜଧାନୀବାସୀ ଙ୍କୁ ହନ୍ତସନ୍ତ କରିଛି। ଏପଟେ ପାଣିପାଗ ବିଭାଗ ପକ୍ଷରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗରମ ଓ ଗୁଳୁଗୁଳି ପରିସ୍ଥିତି ଅନୁଭୂତ ହେବାର ସମ୍ଭାବନା ଥିବାରୁ ଜାରି ହୋଇଛି ୟେଲୋ ଆଲର୍ଟ।
ଏହାସହ ପଢ଼ନ୍ତୁ: ପ୍ରବଳ ବର୍ଷା ପବନ; ଭୁବନେଶ୍ବରରେ ଅବତରଣ କରିପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର
ଏପଟେ ଆସନ୍ତା ୨୪ ଘଣ୍ଟା ପାଇଁ ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ। ବଜ୍ରପାତ ସହ ଘଣ୍ଟାପ୍ରତି ୬୦ କିମି ବେଗରେ ପବନବର୍ଷା ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୋଳ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ ଓ ମାଲକାନଗିରି,ବୌଦ୍ଧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମସ୍ତ ଜିଲ୍ଲାରେ ବଜ୍ରପାତ ସହ ୫୦ରୁ ୬୦ କିଲୋମିଟର ବେଗରେ ଝଡ଼ ପବନ ବହିବାର ସମ୍ଭାବନା ରହିଛି। ସେହିପରି ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଦେବଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ବଜ୍ରପାତ ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଦିନଯାକର ଗରମ ପରେ ଅପରାହ୍ନରେ ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବିଜୁଳି ଓ ଘଡ଼ଘଡ଼ି ସାଙ୍ଗକୁ ବର୍ଷା-ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି।
Related Topics
Explore more stories