Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବ; ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି  

Smruti Parija
Browse all articles by Smruti Parija
·2 years ago·1 min read
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବ; ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି  

ଭୁବନେଶ୍ୱର: 24 ଜିଲ୍ଲାକୁ ଛୁଇଁଲା ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା । ମୌସୁମୀ ବାୟୁ ବାକି ୬ ଜିଲ୍ଲା ଛୁଇଁବାକୁ ଅନୁକୂଳ ରହିଛି ପାଗ ।  ୬ ଜିଲ୍ଲା ଗୁଡିକ ହେଉଛି ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼, ମୟୂରଭଞ୍ଜ । 

ଅନ୍ୟପଟେ ପ୍ରଚଣ୍ଡ ଖରା ଓ ଗୁଳିଗୁଳିରୁ ଆଶ୍ୱସ୍ତି ମିଳିଛି । ଆଜିଠୁ 2 ଦିନ ଯାଏଁ ରାଜ୍ୟରେ ଭାରି ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ରହିଛି । ୨୬ ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ପ୍ରଭାବରେ ୨୬ ରୁ ୨୯ ତାରିଖ ଯାଏଁ ହୋଇପାରେ ପ୍ରବଳ ବର୍ଷା । ସେପଟେ ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ସାରା ଓଡ଼ିଶାକୁ ପ୍ରବେଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । 

ଆହୁରି ପଢନ୍ତୁ ପାଣିପାଗ ଖବର...

Sponsored
Monsoon touches 24 districts-of-odisha | Argus News