Videos
|
Odisha

ସାରଳା ମନ୍ଦିର ହୁଣ୍ଡିରୁ 10 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଚୋରି

Smruti Parija
Browse all articles by Smruti Parija
·2 years ago·1 min read
ସାରଳା ମନ୍ଦିର ହୁଣ୍ଡିରୁ 10 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଚୋରି

ଜଗତସିଂହପୁର:  ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଓ ପ୍ରାଚୀନ ଶକ୍ତିପୀଠ ଝଙ୍କଡ଼ ବାସୀନୀ ମା ଶାରଳାଙ୍କ ମନ୍ଦିରରୁ ହୋଇଛି ଚୋରି । ଗତକାଲି ବିଳମ୍ବିତ ରାତିରେ ମନ୍ଦିର ସାମ୍ନାରେ ଥିବା ୧ନଂ ହୁଣ୍ଡି ବଡ଼ ହୁଣ୍ଡିରୁ ଚୋରି ହୋଇଥିବା ଜଣାପଡିଛି । ବିଳମ୍ବିତ ରାତିରେ ମନ୍ଦିର ପଛପଟରେ ଅନେକ ଟଙ୍କା ପଡ଼ିଥିବାର ଲୋକମାନେ ଦେଖିଥିଲେ । ସଙ୍ଗେ ସଙ୍ଗେ ମନ୍ଦିର ଫାଣ୍ଡି ଅଧିକାରୀଙ୍କୁ ସୂଚନା ଦେଇଥିଲେ । 

ଫାଣ୍ଡି ଅଧିକାରୀ ଦେଖିଲା ବେଳକୁ ମନ୍ଦିର ସାମ୍ନାରେ ଥିବା ବଡ଼ ହୁଣ୍ଡିରୁ ଚୋରି ହୋଇଥିବା ଜାଣିବାକୁ ପାଇଲେ । କଟର ମେସିନ୍ ସହାୟତାରେ କିଛି ଦୂର୍ବୃତ୍ତ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହୁଣ୍ଡିରୁ ଚୋରି ହେଉଥିବା ଅଭିଯୋଗ ହେଉଛି । ଘଟଣାସ୍ଥଳରେ ତିର୍ତ୍ତୋଲ ପୋଲିସ ଓ କନକପୁର ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ଏହି ଘଟଣା ପରେ ଜଣକୁ ପଚରା ଉଚୁରା କରାଯାଉଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
More than 10 lakh rupees stolen from Sarla Temple Hundi | Argus News