Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପକୁଡ଼ି ଖାଇ ଗୋଟିଏ ପରିବାରର ୧୦ରୁ ଉର୍ଦ୍ଧ୍ୱ ଅସୁସ୍ଥ

Manini Pattanayak
Browse all articles by Manini Pattanayak
·2 years ago
ପକୁଡ଼ି ଖାଇ ଗୋଟିଏ ପରିବାରର ୧୦ରୁ ଉର୍ଦ୍ଧ୍ୱ ଅସୁସ୍ଥ

ସୁବର୍ଣ୍ଣପୁର:  ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଜଗନ୍ନାଥପାଲିରେ ପକୁଡ଼ି ଖାଇ ଗୋଟିଏ ପରିବାରର ୧୦ ରୁ ଉର୍ଦ୍ଧ୍ୱ ଅସୁସ୍ଥ। ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି l ସୂଚନାନୁସାରେ ଆଜି ସକାଳ ସମୟରେ ଗ୍ରାମର ସୁଦାସିନି ଭାରସାଗର ଘରେ ପକୁଡ଼ି କରିଥିଲେ l

ସକାଳୁ ୧୦ ରୁ ଉର୍ଦ୍ଧ୍ୱ ପୁରୁଷ, ମହିଳା, ବୃଦ୍ଧ ଏବଂ ଶିଶୁ ମାନେ ପକୋଡ଼ି ଖାଇଥିଲେ l ତେବେ କିଛି ସମୟରେ ସମସ୍ତଙ୍କ ମଧ୍ୟରେ ପାଶ୍ୱ ପ୍ରତିକ୍ରିୟା ଦେଖାଦେଇଥିଲା l କିଛି ଲୋକ ଚେତାସୁନ୍ୟ ହୋଇଥିବା ବେଳେ କିଛି ଲୋକଙ୍କ ମୁଣ୍ଡ ବୁଲାଇଥିଲା l ତୁରନ୍ତ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତି କରାଯାଇଛି l ବର୍ତ୍ତମାନ ସମସ୍ତେ ଚିକିତ୍ସାଧୀନ ଅଛନ୍ତି । ତେବେ ଏହାର କାରଣ କଣ ସ୍ପଟ୍ ହୋଇନଥିବା ବେଳେ ଡାକ୍ତରୀ ଟିମ୍ ଗ୍ରାମରେ ପହଞ୍ଚିଥିବା ସୁଚନା ମିଳିଛି l 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
More than 10 people in a family are sick after eating Pakudi | Argus News