ମାଙ୍କଡ଼ କାମୁଡାରେ ୧୦ରୁ ଅଧିକ ଗୁରୁତର
·2 years ago

ଅର୍ଗସ ବ୍ୟୁରୋ: ମାତିଛି ମାଙ୍କଡ଼। ଏହାକୁ ନେଇ ଲୋକେ ଭୟଭୀତ। ମାଙ୍କଡ଼ କାମୁଡାରେ ୧୦ଜଣରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ଗୁରୁତର ମାନଙ୍କୁ ସ୍ତାନୀୟ ମେଡିକାଲରେ ଚିକିତ୍ସା ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଳକ ମହାଜନପୁର , ତ୍ରିଲୋଚନପୁର ଗାଁରେ। କିଛି ଦିନ ହେବ ମାଙ୍କଡ଼ ପଲ ପାଇଁ ଆତଙ୍କିତ ଗ୍ରାମବାସୀ।ଗାଁରେ ପଡିଛି ତାଟିକବାଟ। ପିଲାମାନେ ସ୍କୁଲ କଲେଜ ଯିବାକୁ ଭୟରେ ଡରୁଛନ୍ତି।
ମହିଳାମାନେ ଘରୁ ବହାରକୁ ବାହାରିବାକୁ ଡରୁଛନ୍ତି। ବୟସ୍କ ଠାରୁ ଆରମ୍ଭ କରି ମହିଳା ଓ ଛୋଟ ଠେଙ୍ଗା ଧରି ପଦାକୁ ବାହାରୁଛନ୍ତି ଲୋକେ। ଗାଁ ଲୋକମାନେ ଠେଙ୍ଗାବାଡ଼ି ଧରି ଗାଁରେ ମାଙ୍କଡ଼କୁ ଜଗିଛନ୍ତି। ଗ୍ରାମବାସୀ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ନିବେଦନ କରିବା ସହ ବନବିଭାଗକୁ ଖବର ଦେଇଛନ୍ତି। ତୁରନ୍ତ ମାଙ୍କଡ଼ ମାନଙ୍କୁ ଘଉଡ଼ାଇବା ଗାଁ ଲୋକେ ନିବେଦନ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: