ଇସଲାମନଗର ନାଁରେ 100 ଏକରୁ ଅଧିକ ଜଙ୍ଗଲ ଜମି ଜବରଦଖଲ ମାମଲା

ଅର୍ଗସ ବ୍ୟୁରୋ: ଅର୍ଗସ୍ ମହାପ୍ରଭାବ। ମାଲକାନଗିରି ମୋଟୁରେ ଇସଲାମନଗର ନାଁରେ 100 ଏକରୁ ଅଧିକ ଜଙ୍ଗଲ ଜମି ଜବରଦଖଲ ମାମଲା। ମାମଲାରେ ନିଜ ଆଡୁ ହସ୍ତକ୍ଷେପ କଲେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ଭୁବନେଶ୍ବରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ, ପିସିସିଏଫ୍ ଏବଂ ମାଲକାନଗିରି ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରିବା ସହ ରିପୋର୍ଟ ତଲବ କରିଛନ୍ତି ଗ୍ରୀନ୍ ଟ୍ରିବ୍ୟୁନାଲ୍। କୋଲକାତାସ୍ଥିତ ଗ୍ରୀନ୍ ଟ୍ରିବ୍ୟୁନାଲର ଇଷ୍ଟର୍ଣ୍ଣ ଜୋନାଲ୍ ବେଞ୍ଚରେ ଆସନ୍ତା ଡିସେମ୍ବର 3 ତାରିଖରେ ମାମଲାର ଶୁଣାଣି ହେବ। ଶୁଣାଣିର 7 ଦିନ ପୂର୍ବରୁ ମାମଲା ନେଇ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି NGT । ମୋଟୁରେ ପ୍ରାୟ ଶହେ ଏକର ଜଙ୍ଗଲ ଜମିକୁ ଜବରଦଖଲ କରାଯାଇଥିବା ନେଇ ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ହୋଇଥିଲା।
ବିଜେଡି ନେତା ମାସୁମ୍ ଖାଁ, ସଂରକ୍ଷିତ ଜଙ୍ଗଲକୁ ବେଆଇନ କବଜା କରି ରାସ୍ତା, ବଡ଼ ବଡ଼ ପୋଖରୀ, କୋଠା ଓ ଗୋଦାମ ଘର ନିର୍ମାଣ କରାଇଛନ୍ତି । ପୁରା ଏରିଆକୁ ତାର ବାଡ଼ ଘେରାଇ କରାଯାଇଛି ନିଷିଦ୍ଧାଞ୍ଚଳ । ମାଲକାନଗିରି ଜିଲ୍ଲା ମୋଟୁରେ ହୋଇଥିବା ଏ ଜମି କେଳେଙ୍କାରୀକୁ ନେଇ ସାଂଘାତିକ ଖୁଲାସା କରିଥିଲା ଅର୍ସସ୍ । ଅଭିଯୋଗ ଅନୁସାରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ହୋଇଛି ଲ୍ୟାଣ୍ଡ ଜିହାଦର ଭୟଙ୍କର ଷଡ଼ଯନ୍ତ୍ର। ଧର୍ମକୁ ଢାଲ କରି କେଳେଙ୍କାରୀ କରାଯାଇ ଏହାର ନାଁ ଦିଆଯାଇଛି ଇସଲାମନଗର। 326 ନମ୍ବର ଜାତୀୟ ରାଜପଥରୁ ମାତ୍ର ଦୁଇ ତିନି କିଲୋମିଟର ଦୂରରେ ହୋଇଛି ଏ ଜଙ୍ଗଲ ଜମି ଜବରଦଖଲ ଆଉ ବେଆଇନ ନିର୍ମାଣ। ଇସଲାମନଗର ନାଁରେ ଏ ଲ୍ୟାଣ୍ଡ ଜିହାଦ ପାଇଁ ବିଜେଡି ଶାସନ ସମୟରେ ଦିଆଯାଇଛି ଭରପୁର ପ୍ରୋତ୍ସାହନ ଓ ସହାୟତା।
ଜବରଦଖଲ ଜମିକୁ ସଂଯୋଗ ହୋଇଥିବା ଏ ରାସ୍ତା ନରେଗା ଯୋଜନାରେ ନିର୍ମାଣ ହୋଇଛି। ବିଜେଡି ଶାସନରେ ମତ୍ସ୍ୟ ବିଭାଗର ସହାୟତାରେ ପୋଖରୀ ଖୋଳା ଯାଇଛି, ଜଳସେଚନ ପାଇଁ ସରକାରୀ ଟଙ୍କାରେ ଉଠାଜଳସେଚନ ପ୍ରକଳ୍ପ ବି ହୋଇଛି । ବିଜେଡି ନେତା ମାସୁମ୍ ଖାଁଙ୍କର ଏ କାରନାମା ସମ୍ପର୍କରେ ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ପରେ ଜଙ୍ଗଲ ଓ ରାଜସ୍ବ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ତଦନ୍ତ। ଏବେ ମାମଲାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: