Videos
|
Odisha

ରାସୋଳ ଛାତ୍ରୀ ନିବାସର ୧୦୦ରୁ ଅଧିକ ଛାତ୍ରୀ ହନ୍ତସନ୍ତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରାସୋଳ ଛାତ୍ରୀ ନିବାସର ୧୦୦ରୁ ଅଧିକ ଛାତ୍ରୀ ହନ୍ତସନ୍ତ

ଅର୍ଗସ ବ୍ୟୁରୋ:  ସରକାର ଛାତ୍ରୀ ନିବାସ କଲେ କିନ୍ତୁ ଛାତ୍ରୀଙ୍କୁ ମୌଳିକ ସୁବିଧା ଯୋଗାଇବା କଥା ଭୁଲିଗଲେ। ମୌଳିକ ସମସ୍ୟା ମଧ୍ୟରେ ପ୍ରତିଦିନ ଘାଣ୍ଟି ହେଉଛନ୍ତି ରାସୋଳ ଛାତ୍ରୀ ନିବାସର ୧୦୦ରୁ ଅଧିକ ଛାତ୍ରୀ। ଏ ହେଉଛି ସ୍ବୟଂ ITDA ବିଭାଗ ଦ୍ବାରା ପରିଚାଳିତ ଛାତ୍ରୀ ନିବାସର । ସରକାରୀ ପ୍ରାଥମିକ ବିଦ୍ୟାଳୟ ରାସୋଳ ଏବଂ ଖଲାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁନେଇ ଏହି ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ। ଏଠାରେ ଶହେ ଦଶଜଣ ଆଦିବାସୀ ଓ ହରିଜନ ଛାତ୍ରୀ ରହୁଛନ୍ତି। ମାତ୍ର ଛାତ୍ରୀଙ୍କ ପାଇଁ ନାହିଁ ପାଣି ବ୍ୟବସ୍ଥା। ଫଳରେ ପ୍ରତିଦିନ ପାଣି ପାଇଁ ଛାତ୍ରୀ ମାନଙ୍କୁ ନାହିଁ ନଥିବା ହଇରାଣ ହେବାକୁ ପଡୁଛି।

ଛାତ୍ରୀ ନିବାସ ପାଇଁ ରହିଥିବା ବୋରୱଲ ପାଞ୍ଚ ବର୍ଷ ହେଲାଣି ଖରାପ ହୋଇଯାଇଛି।ଫଳରେ ଛାତ୍ରୀ ମାନେ ବିଦ୍ୟାଳୟ ପରିସରରେ ଥିବା ନଳକୂପ ଉପରେ ନିର୍ଭର କରୁଛନ୍ତି। ଏହି ନଳକୂପ ପାଣଇ ନେଇ ଛାତ୍ରୀ ମାନେ ନିଜ ନିତ୍ୟକର୍ମ କରୁଥିବା ବେଳେ ଏହି ପାଣିରେ ରୋଷେଇ ମଧ୍ୟ ହେଉଛି। ଦୀର୍ଘଦିନ ଧରି ଛାତ୍ରୀନିବାସରେ ପାଣି ସମସ୍ୟା ଲାଗିରହିଥିବା ବେଳେ ଏପର୍ଯ୍ୟନ୍ତ ପାଣି ସମସ୍ୟା ସମାଧାନ ହୋଇ ପାରିନାହିଁ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: