Videos
|
Odisha

853 ନିବେଶକଙ୍କଠାରୁ 140କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗ 

Manini Pattanayak
Browse all articles by Manini Pattanayak
·2 years ago
853 ନିବେଶକଙ୍କଠାରୁ 140କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗ 

 ଭୁବନେଶ୍ୱର:  ନିବେଶ ନାରେ ଶହ ଶହ କୋଟି ଠକେଇ। 853 ନିବେଶକଙ୍କଠାରୁ 140କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗ ହୋଇଛି। ଏମିତିକି ଠକ ସୁଶାନ୍ତ ନାଗ ଘର ମାଲିକଙ୍କୁ ବି କମ୍ପାନୀ ଲଗାଇଛି ଚୁନା। ଏନେଇ ଅର୍ଥନୈତିକ ଅପରାଧ ଶାଖାର ଦ୍ବାରସ୍ଥ ହୋଇଛନ୍ତି ନିବେଶକ।

ଭୁବନେଶ୍ବର ନୟାପଲ୍ଲୀରେ ଏକ କମ୍ପାନୀ ନିବେଶ ପାଇଁ ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଉଥିଲେ ସୁଶାନ୍ତ। ପରେ ଜମି ଓ ଆପାର୍ଟମେଂଟରେ ନିବେଶ କରାଉଥିଲେ। ଭୁବନେଶ୍ବରରେ ଭିନ୍ନ ଭିନ୍ନ କମ୍ପାନୀ କରି ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଛି । ଠକେଇ ହୋଇଥିବା ସନ୍ଦେହ ହେବା ପରେ ଅଫିସ ଘେରାଉ କରିଥିଲେ ଲୋକେ। କିନ୍ତୁ ସେତେବଳେକୁ ଅଭିଯୁକ୍ତ ସୁଶାନ୍ତ ଫେରାର ହୋଇଯାଇଥିଲା। ତେବେ ଟଙ୍କା ଫେରସ୍ତ ଦାବିରେ ଅଡି ବସିଛନ୍ତି ନିବେଶକ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
More than 140 crores of fraud from 853 investors | Argus News