Videos
|
Odisha

ଡ଼ାଇରିଆରେ ଆକ୍ରାନ୍ତ ହୋଇ ୧୮ ରୁ ଅଧିକ ଅନ୍ତେବାସୀ ମେଡିକାଲରେ ଭର୍ତ୍ତି

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଡ଼ାଇରିଆରେ ଆକ୍ରାନ୍ତ ହୋଇ ୧୮ ରୁ ଅଧିକ ଅନ୍ତେବାସୀ ମେଡିକାଲରେ ଭର୍ତ୍ତି

ମୟୁରଭଞ୍ଜ : ହଷ୍ଟେଲରେ ବ୍ୟାପିଛି ଡ଼ାଇରିଆ। ଡ଼ାଇରିଆରେ ଆକ୍ରାନ୍ତ ହୋଇ ୧୮ ରୁ ଅଧିକ ଅନ୍ତେବାସୀ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଆଜି ଏକ ମେଡିକାଲ ଟିମ ବିଦ୍ୟାଳୟରେ ପହଞ୍ଚିଛନ୍ତି। କପ୍ତିପଦା ଡାକ୍ତରଖାନା ପକ୍ଷରୁ ଏହି ୩ ଜଣିଆ ଟିମ କପ୍ତିପଦା ବ୍ଲକ ବଡ଼ ଖିଲାଡି ଆଶ୍ରମ ବିଦ୍ୟାଳୟରେ ପହଞ୍ଚି ହଷ୍ଟେଲରେ ରହୁଥିବା ଅନ୍ତେବାସିନୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଏହା ସହିତ ଜଳ ଓ ପରିମଳ ବିଭାଗର ଏକ ଟିମ ମଧ୍ୟ ସେଠାରେ ପହଞ୍ଚି ଡ଼ାଇରିଆ ବ୍ୟାପିବାର କାରଣ ଖୋଜୁଛନ୍ତି। ବିଦ୍ୟାଳୟ ଓ ହଷ୍ଟେଲରେ ଥିବା ସମସ୍ତ ପାନୀୟ ଜଳର ବ୍ୟବସ୍ଥାକୁ ଦେଖିବା ସହିତ କେଉଁଠି ଦୂଷିତ ପାନୀୟ ଜଳ ଛାତ୍ରୀମାନେ ପିଉଛନ୍ତି କି ନାହିଁ ତାହାର ଯାଞ୍ଚ କରୁଛନ୍ତି।

ଅଧିକ ପଢନ୍ତୁ : ପୁରୀର ବିଭିନ୍ନ ଅଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି

ହଷ୍ଟେଲରେ ବ୍ୟବହାର କରାଯାଉଥିବା ପାଣିର ନମୁନା ମଧ୍ୟ ସଂଗ୍ରହ କରିବାକୁ ପରିମଳ ବିଭାଗର ଏକ ଟିମ ମଧ୍ୟ ଉପସ୍ଥିତ ରହିଛନ୍ତି। ବିଶେଷକରି ଦୂଷିତ ପାଣିରୁ ଏହି ଡ଼ାଇରିଆ ବ୍ୟାପୁଥିବା ଅନୁମାନ କରାଯାଉଥିବା ବେଳେ ତାହାର ତନଖି କରାଯାଉଛି। ତେବେ ଗତକାଲି ସୁଧା ୧୮ ଜଣ ଅନ୍ତେବାସିନୀ ଡ଼ାଇରିଆରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଆଜି ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି, ଯାହାକି ୩ ରୁ ୪ ଜଣ ଅନ୍ତେବାସିନୀ ଆଜି ପୁଣି ଡ଼ାଇରିଆରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: