Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଟକରୁ ହାଇଦ୍ରାବାଦ ଚାଲାଣ ହେଉଥିବାବେଳେ ୨୦ ଟନରୁ ଉର୍ଦ୍ଧ୍ବ ଗୋ ମାଂସ ଜବତ

Smruti Parija
Browse all articles by Smruti Parija
·2 years ago·1 min read
କଟକରୁ ହାଇଦ୍ରାବାଦ ଚାଲାଣ ହେଉଥିବାବେଳେ ୨୦ ଟନରୁ ଉର୍ଦ୍ଧ୍ବ ଗୋ ମାଂସ ଜବତ

ବ୍ରହ୍ମପୁର: ମିଠା ପ୍ୟାକେଟ୍ ରେ ଗୋ ମାଂସ । ପ୍ୟାକିଂ ଆଉ ବ୍ରାଣ୍ଡିଂ ଏପରି ହୋଇଛି ଯେ ଯିଏ ଭାବିବ ଏହା ହେଉଛି ମିଠା ପ୍ୟାକେଟ୍ ।  କଟକରୁ ହାଇଦ୍ରାବାଦ  20 ଟନରୁ ଉର୍ଦ୍ଧ୍ୱ ଗୋ ମାଂସ  ଚାଲାଣ ହେଉଥିବାବେଳେ ଜବତ କରିଛି ପୋଲିସ । 

ଖବର ପାଇ ପ୍ରଥମେ ଗଞ୍ଜାମ ଛତ୍ରପୁର ନିକଟରେ କଣ୍ଟେନରକୁ ଅଟକ ରଖିଥିଲେ ବଜରଙ୍ଗ ଦଳ ଏବଂ ବିଜେପି କର୍ମୀ । ପରେ ଜବତ ହୋଇଥିଲା ଟନ ଟନ ଗୋ ମାଂସ । ପ୍ୟାକିଂ ଏବଂ ବ୍ରାଣ୍ଡିଂ ଷ୍ଟିକର ଲଗାଇ ଅଭିନବ ଉପାୟରେ ଗୋ ମାଂସ ଚାଲାଣ କରୁଥିଲେ ଗୋ ମାଫିଆମାନେ । ତେବେ ଏହି ମାମଲାରେ ଟ୍ରକ ଡ୍ରାଇଭର ସମତେ ହେଲପରକୁ ଛତ୍ରପୁର ପୋଲିସ ଅଟକ ରଖି ଅଧିକ ପଚରା ଉଚରା କରୁଛି । 

ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥ ଦେଇ ପ୍ରତ୍ୟେକ ଦିନ ଗୋରୁ ଏବଂ ଗୋ ମାଂସ ବୋଝେଇ ଟ୍ରକ ଯାଉଥିବାବେଳେ ପୋଲିସ ପ୍ରଶାସନର ନିରବଦ୍ରଷ୍ଟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗୋ ସୁରକ୍ଷାକାରୀମାନେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
More than 20 tonnes of beef seized while being transported from Cuttack to Hyderabad | Argus News