୨୦୦ ଲିଟରରୁ ଉର୍ଦ୍ଧ୍ବ ପରିମାଣର ମଦ ଜବତ, ୧୩ ଗିରଫ

ଭଦ୍ରକ : ବାସୁଦେବପୁର ର ବିଭିନ ସ୍ଥାନରେ ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବଦ ସହିତ 13ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ବାସୁଦେବପୁର ଅବକାରୀ ବିଭାଗର କର୍ମଚାରୀ ଓ ପୋଲିସ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ । ଦେଉଳି, ଅଢୁଆଁ , ପାରାପୋଖରୀ, ବଛଦା ସହ ବିଭିନ ସ୍ଥାନରେ ଏହି ଚଢ଼ାଉ କରାଯାଇଛି ।
ଅଧିକ ପଢନ୍ତୁ : ବିପୁଳ ପରିମାଣର ଦେଶୀ-ବିଦେଶୀ ମଦ ଜବତ, ଦୁଇଜଣ ଗିରଫ
ଏହି ଚଢ଼ାଉ ସମୟରେ ବାସୁଦେବପୁର ତହସିଲଦାର ସୌଭାଗ୍ୟ ପଣ୍ଡା, SDPO ସୌରଭ ଓତ୍ତା, କସିଆ ମେରାଇନ ଥାନା ଅଧିକାରିଣୀ ସାବିତ୍ରୀ ପଣ୍ଡା, ଚୁଡାମଣି ମେରାଇନ ଥାନା ଅଧିକାରିଣୀ ବନାନୀ ବେହେରାଙ୍କ ସମେତ ଅବକାରୀ ବିଭାଗର ସମସ୍ତ କର୍ମଚାରୀ ମାନେ ସାମିଲ ଥିଲେ। ଚଢ଼ାଉରେ 200ଲିଟରରୁ ଉର୍ଦ୍ଧ୍ବ ପରିମାଣର ଦେଶୀ ଓ ବିଦେଶୀ ମଦ ଜବଦ କରାଯିବା ସହିତ 13ଜଣକୁ ଅବକାରୀ ବିଭାଗ ଗିରଫ କରିଥିବା ଜଣାପଡିଛି । 160ଲିଟର ଦେଶୀ ମହୁଲି ମଦ, 16.900 ଲିଟର ବିୟର, 5.400ଲିଟର ବିଦେଶୀ ମଦ, 44ଲିଟର ଆସ୍କା-40 ମଦକୁ ଜବଦ କରିଥିଲେ।