Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଦେଶର ୮୬୦ ଉଚ୍ଚ ଶିକ୍ଷାନୁଷ୍ଠାନରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ଋଣ, ପ୍ରତିବର୍ଷ ଉପକୃତ ହେବେ ୨୨ ଲକ୍ଷରୁ ଅଧିକ

Odisha

ଦେଶର ୮୬୦ ଉଚ୍ଚ ଶିକ୍ଷାନୁଷ୍ଠାନରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ଋଣ, ପ୍ରତିବର୍ଷ ଉପକୃତ ହେବେ ୨୨ ଲକ୍ଷରୁ ଅଧିକ

Ritu Das
Browse all articles by Ritu Das
·1 year ago·2 min read
ଦେଶର ୮୬୦ ଉଚ୍ଚ ଶିକ୍ଷାନୁଷ୍ଠାନରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ଋଣ, ପ୍ରତିବର୍ଷ ଉପକୃତ ହେବେ ୨୨ ଲକ୍ଷରୁ ଅଧିକ

Key Points

•    ୩,୬୦୦ କୋଟି ବ୍ୟୟରେ ପିଏମ ବିଦ୍ୟାଲକ୍ଷ୍ମୀ ଯୋଜନାକୁ ଅନୁମୋଦନ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ 
•    ବିନା ବନ୍ଧକରେ ଏବଂ ଗ୍ୟାରେଣ୍ଟର ମାଗଣା ଶିକ୍ଷା ଋଣ ; ଉଚ୍ଚଶିକ୍ଷାରେ ଅଧିକ ସୁବିଧା ପ୍ରଦାନ କରିବ 
•     ବାର୍ଷିକ ୮ ଲକ୍ଷ ଟଙ୍କାରୁ କମ୍ ପାରିବାରିକ ଆୟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷା ଋଣ ଉପରେ ୩% ସୁଧ ରିହାତି
•    ପିଏମ ବିଦ୍ୟାଲକ୍ଷ୍ମୀ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରାଇବା ଦିଗରେ ଆଉ ଏକ ଠୋସ୍ ପଦକ୍ଷେପ
 

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମୋଟ ୩,୬୦୦ କୋଟି ଟଙ୍କା ବ୍ୟୟରେ ପିଏମ ବିଦ୍ୟାଲକ୍ଷ୍ମୀ ଯୋଜନାକୁ ମଞ୍ଜୁର ମିଳିଛି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ଏହି ଯୋଜନାକୁ ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଟ୍ୱିଟ୍ କରିଛନ୍ତି ଯେ ଭାରତର ପ୍ରତିଭାବାନ ଯୁବକ ଯୁବତୀମାନଙ୍କ ପାଇଁ ଏକବିଂଶ ଶତାବ୍ଦୀର ସାର୍ବଜନୀନ ଉଚ୍ଚଶିକ୍ଷା ଉପଲବ୍ଧି କରାଇବା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟି । ୩,୬୦୦ କୋଟି ଟଙ୍କା ବ୍ୟୟରେ ପିଏମ ବିଦ୍ୟାଲକ୍ଷ୍ମୀକୁ ମଞ୍ଜୁର ଦେବା ଦ୍ୱାରା ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା କ୍ଷେତ୍ରରେ ଥିବା ପ୍ରତିବନ୍ଧକ ଦୂର ହେବ ଏବଂ ଆମ ଯୁବଶକ୍ତି ସେମାନଙ୍କ ସ୍ୱପ୍ନ ପୂରଣ କରିବାରେ ସକ୍ଷମ ହେବେ । ପିଏମ୍ ବିଦ୍ୟାଲକ୍ଷ୍ମୀ ଅଧୀନରେ ବିନା ବନ୍ଧକରେ ଏବଂ ଗ୍ୟାରେଣ୍ଟର ମାଗଣା ଶିକ୍ଷା ଋଣ ; ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷାର ସୁବିଧାକୁ ଅଧିକରୁ ଅଧିକ ଉପଲବ୍ଧ କରାଇବ । ଆର୍ଥିକ ଅଭାବ ଅନଟନ ମଧ୍ୟରେ ଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଗ୍ରହଣ କରିବାରେ କୌଣସି ବାଧା ସୃଷ୍ଟି କରିବ ନାହିଁ । ବାର୍ଷିକ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାରିବାରିକ ଆୟ ଥିବା ଛାତ୍ରଛାତ୍ରୀ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷା ଋଣ ଉପରେ ୩% ସୁଧ ରିହାତି ପାଇବାକୁ ଯୋଗ୍ୟ ବିବେଚିତ ହେବେ । ୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ରାଶି ପାଇଁ ଭାରତ ସରକାର ୭୫% କ୍ରେଡିଟ୍ ଗ୍ୟାରେଣ୍ଟି ପ୍ରଦାନ କରିବେ, ଯାହା ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ନେଟଓ୍ୱାର୍କ ବିସ୍ତାର କରିବାରେ ସାହାଯ୍ୟ କରିବ ।  

ସ୍ୱଚ୍ଛ, ପାରଦର୍ଶୀ, ବିଦ୍ୟାର୍ଥୀ ସହଯୋଗୀ ଏବଂ ଡିଜିଟାଲ ଆପ୍ଲିକେସନ ପ୍ରକ୍ରିୟା ମାଧ୍ୟମରେ ସମସ୍ତ ବ୍ୟାଙ୍କ୍ ଦ୍ୱାରା ଶିକ୍ଷା ଋଣ ପ୍ରଦାନ କରାଯିବ । ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଂ ଫ୍ରେମଓ୍ୱାର୍କ(ଏନଆଇଆରଏଫ) ଆଧାରରେ ଦେଶର ଶ୍ରେଷ୍ଠ ୮୬୦ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଅଧୀନରେ ଶିକ୍ଷା ଋଣ ପ୍ରଦାନ କରାଯିବ, ଯେଉଁଥିରେ ପ୍ରତିବର୍ଷ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀମାନେ ସାମିଲ ହେବେ । ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଜାତୀୟ ଶିକ୍ଷା ନୀତିର ଏକ ପ୍ରମୁଖ ସୁପାରିସ । ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରାଇବା ଦିଗରେ ଆଉ ଏକ ଠୋସ୍ ପଦକ୍ଷେପ । ପିଏମ ବିଦ୍ୟାଲକ୍ଷ୍ମୀ  ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus Whatsapp Channel Mobile Top
Sponsored
More than 22 lakhs | Argus News