Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜ୍ଞାନ ମେଳାରେ ସାମିଲ ହେଲେ ୨୫୦ରୁ ଅଧିକ ଛାତ୍ରଛାତ୍ରୀ 

Manini Pattanayak
Browse all articles by Manini Pattanayak
·2 years ago
ବିଜ୍ଞାନ ମେଳାରେ ସାମିଲ ହେଲେ ୨୫୦ରୁ ଅଧିକ ଛାତ୍ରଛାତ୍ରୀ 

ଭୁବନେଶ୍ୱର:   ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍( ILS) ରେ ଆଜି ଆରମ୍ଭ ହୋଇଯାଇଛି ବିଜ୍ଞାନ ମେଳା। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ୨୫୦ରୁ ଅଧିକ ଛାତ୍ର ଛାତ୍ରୀ। ବିଭିନ୍ନ ସ୍କୁଲ, କଲେଜ ଓ ବିଶ୍ୱ ବିଦ୍ୟାଳୟର୍ ପିଲାମାନେ ଆଜି ILSରେ ପହଞ୍ଚିଥିଲେ। ବିଜ୍ଞାନ ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମର ଆୟୋଜନ ୫ଟି ସ୍ଥାନରେ କରାଯାଇଥିଲା।

ତାହା ମଧ୍ୟରୁ ଭୁବନେଶ୍ୱର ILS ଗୋଟିଏ। ILSର ବିଭିନ୍ନ ବରିଷ୍ଠ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇଥିଲେ ଛାତ୍ର ଛାତ୍ରୀ। ବିଜ୍ଞାନ ପ୍ରତି ରୁଚି ବଢାଇବା ସହ ଦୈନନ୍ଦିନ ଜୀବନରେ ପାଠ ପଢା ସହ ବିଜ୍ଞାନକୁ କିଭଳି ଯୋଡି ହୁଏ ସେ ଉପରେ ଆଲୋଚନା କରାଯାଇଥିଲା। ILSର ଏଭଳି କାର୍ଯ୍ୟକ୍ରମରେ ସାମିଲ ହୋଇ ଛାତ୍ର ଛାତ୍ରୀ ବେଶ ଖୁସି ଥିବା କହିଥିଲେ।  
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
More than 250 students participated in the science fair | Argus News