ଦୁର୍ଗମରେ ଦୁର୍ଦ୍ଦଶା ଭୋଗୁଛନ୍ତି ୩୦ରୁ ଉର୍ଦ୍ଧ ପରିବାର

ଅର୍ଗସ ବ୍ୟୁରୋ: ପାଣି ପାଇଁ ଚାଲୁଛନ୍ତି ମାଇଲ ମାଇଲ ବାଟ କୁମୁଡା ବାଡି ଗ୍ରାମବାସୀ .. ଗାଁରେ 30 ଉର୍ଦ୍ଧ ପରିବାର ବସ ବାସ କରୁଥିବାବେଳେ ସରକାରୀ ଯୋଜନାର ଛିଟା ମଧ୍ୟ ପଡିନାହିଁ । ନାଳ ଓ ପୋଖରୀ ପାଣି ଗାଁ ଲୋକ ପାଇଁ ବଞ୍ଚିବାର ରାହା , ଦିନ କି ଦୁଇ ଦିନର କଥା ନୁହେଁ ବର୍ଷ ବର୍ଷ ଧରି ଲାଗି ରହିଛି ପାନୀୟ ଜଳର ସମସ୍ୟା , ଖାଲି ପାନୀୟ ଜଳର ସମସ୍ୟା ନୁହେଁ ଗାଁକୁ ନାହିଁ ଆଲୋକର ବ୍ୟବସ୍ଥା ତା ସାଙ୍ଗକୁ ଯୋଜନାରେ ହରିଲୁଟ୍ , ସୋଲାର ବ୍ୟବସ୍ଥା କରିଥିଲେ ମଧ୍ୟ ତାହା ଅଚଳ ହୋଇ ପଡିଛି ।
କୌଣସି ସୁବିଧାନଥିବା ବେଳେ ଅନ୍ଧକାରରେ ରହୁଛନ୍ତି ଗ୍ରାମବାସୀ ଖାଲି ସେତିକି ନୁହେଁ ସ୍ଥାନୀୟ ପ୍ରଶାସନ କୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣ ପାତ କରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କିପରି ଚଳିବୁ , କିପରି ପାଣି ପାଇବୁ । ଏହି ନାଳ ପାଣି ପିଇ ଛୋଟ ପିଲାଙ୍କୁ ଠୁ ଆରମ୍ଭ କରି ବୟସ୍କ ପଯ୍ୟନ୍ତ ସମସ୍ତେ ପେଟ ରୋଗର ପୀଡିତ ।
ସବୁ ଦେଖି ପ୍ରାଶାସନ ସାଜିଛି ନିରବ ଦ୍ରଷ୍ଟା , ଭୁଲି ଯାଉଛନ୍ତି ନା ଦେଖି ଅଣଦେଖା କରୁଛନ୍ତି ଯାହା ସାଧରଣରେ ପ୍ରଶ୍ନ ଉଠୁଛି । ତେବେ ଦେଖିବାକୁ ବାକି ଖବର ପ୍ରସାରଣ ପରେ କେବେ କୁମୁଡ଼ା-ବାଡ଼ି ଗ୍ରାମ ର 30ରୁ ଉର୍ଦ୍ଧ ପରିବାର ଙ୍କୁ ମିଳିବ ଉପଯୁକ୍ତ ପାନୀୟ ଜଳ ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: