Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚନ୍ଦନଯାତ୍ରାରେ ଦୁର୍ଘଟଣା, ବାଣ ଫୁଟି ୩୦ରୁ ଉର୍ଦ୍ଧ୍ୱ ଆହତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଚନ୍ଦନଯାତ୍ରାରେ ଦୁର୍ଘଟଣା, ବାଣ ଫୁଟି ୩୦ରୁ ଉର୍ଦ୍ଧ୍ୱ ଆହତ

ଅର୍ଗସ ବ୍ୟୁରୋ:  ପୁରୀ ନରେନ୍ଦ୍ର ପୁଷ୍କରିଣୀ ଚନ୍ଦନଯାତ୍ରାରେବଡ଼ ଦୁର୍ଘଟଣା । ମହାପ୍ରଭୁ ଚାପ ଖେଳିବା ବେଳେ ବାଣ ଫୁଟି 30ରୁ ଊର୍ଦ୍ଧ୍ବ ଲୋକ ଆହତ । ଚିକିତ୍ସାବେଳେ କଟକ ଏସିବିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ମହାପ୍ରଭୁଙ୍କ ଭଉଁରୀ ଖେଳ ଅବସରରେ ବାଣ ବିସ୍ଫୋରଣ ଘଟି ପ୍ରାୟ 30ରୁ ଅଧିକ ଭକ୍ତ ଆହତ ହୋଇଥ । ତେବେ ଗୁରୁତର ଥିବା ବ୍ୟକ୍ତିମାନଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାନ୍ସ ଯୋଗେ କଟକ, ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। ଏଯାବତ ସମ ହସ୍ପିଟାଲରେ ଦୁଇ ଜଣ, ସମ ଅଲଟିମେଟରେ 3 ଜଣ, ଏସସିବି ମେଡିକାଲରେ 6 ଜଣ, ଏମ୍ସ ହସ୍ପିଟାଲରେ ଜଣେ ଓ ହାଇଟେକ ହସ୍ପିଟାଲରେ 10 ଜଣ ଭର୍ତ୍ତି ହୋଇଛନ୍ତି |

କଟକ ଓ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲକୁ ମୋଟ 28 ଜଣଙ୍କୁ  ସ୍ଥାନାନ୍ତର କରାଯାଇଥିଲା | ଏସସିବିରେ ସ୍ବତନ୍ତ୍ର ଡାକ୍ତରୀ ଟିମ ଗଠନ କରାଯାଇଛି | ଟିମରେ ପ୍ଲାଷ୍ଟିକ ସର୍ଜରୀ ବିଭାଗୀୟ ମୁଖ୍ୟ ଡା. ବିଭୁତି ଭୂଷଣ ନାୟକଙ୍କ ନେତୃତ୍ବରେ ଅନ୍ୟାନ୍ୟ ଡାକ୍ତର ନିୟୋଜିତ ରହିଛନ୍ତି । ଅଶ୍ବନୀ ହସ୍ପିଟାଲରେ 5ଟି ଆଇସିୟୁ ବେଡ଼ ଓ ଏସସିବିରେ 15ଟି ଆଇସିୟୁ ବେଡ଼ ପ୍ରସ୍ତୁତ ରଖାଯାଇଛି । ଆହତ ମାନଙ୍କ  ଚିକିତ୍ସା ଖର୍ଚ୍ଚ CMRFରୁ ବହନ କରାଯିବ ବୋଲି  ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଦୁର୍ଘଟଣା କିପରି ଘଟିଲା ତାର ତଦନ୍ତ କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
more than 30 injured in firecracker explosion during Puri's Jagannath festivities | Argus News