Videos
|
Odisha

କୁକୁର କାମୁଡିବାରେ ୩୦ରୁ ଅଧିକ ଲୋକ ଗୁରୁତର

Banajyotshna Ray
Browse all articles by Banajyotshna Ray
·2 years ago·1 min read
କୁକୁର କାମୁଡିବାରେ ୩୦ରୁ ଅଧିକ ଲୋକ ଗୁରୁତର

ଅର୍ଗସ ବ୍ୟୁରୋ:  ବାଲେଶ୍ୱରବାସୀଙ୍କୁ ଘାରିଛି କୁକୁର ଚିନ୍ତା। ସୁନହଟ ଅଞ୍ଚଳରେ ଲୋକଙ୍କୁ କୁକୁର କାମୁଡିବାରେ ୩୦ରୁ ଅଧିକ ଲୋକ ଗୁରୁତର ହେବା ପରେ ଏବେ ସହରବାସୀଙ୍କ ଚିନ୍ତା ବଢ଼ିଯାଇଛି। ପ୍ରତିଦିନ କୁକୁରଙ୍କୁ ନେଇ ଛୋଟ ବଡ ଦୁର୍ଘଟଣା ମଧ୍ୟ ଘଟୁଛି। ଦେଶରେ ଅଧିକ କୁକୁର ଥିବା ରାଜ୍ୟ ମାନଙ୍କ ମଧ୍ୟରେ ଦ୍ଵିତୀୟ ସ୍ଥାନରେ ରହିଛି ଓଡ଼ିଶା। 2019 ସର୍ଭେ ରିପୋର୍ଟ ଅନୁସାରେ ବାଲେଶ୍ବର ଜିଲ୍ଲାରେ ୪୦ହଜାରରୁ ଅଧିକ କୁକୁର ରହୁଥିବା ବେଳେ ବାଲେଶ୍ବର ପୌର ପାଲିକାରେ ୬ହଜାରରୁ ୭ହଜାର କୁକୁର ଅଛନ୍ତି।

ଜନ୍ମ ନିୟନ୍ତ୍ରଣ ପାଇଁ ସରକାର ବାର୍ଷିକ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏପରିକି ତିନି ବର୍ଷ ପୂର୍ବେ ଆନିମାଲ ବାର୍ଥ କଣ୍ଟ୍ରୋଲ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରାଣୀ କାର୍ଯ୍ୟାଳୟ ପକ୍ଷରୁ ବାଲେଶ୍ବର ପୌର ପାଳିକାକୁ ୧୭ଲକ୍ଷ ଟଙ୍କା ଦୁଇଟି ପର୍ଯ୍ୟାୟକ୍ରମରେ ଦିଆ ଯାଇଥିଲା। କିନ୍ତୁ ବାଲେଶ୍ବର ପୌରପାଳିକା କୁକୁର ବନ୍ଧ୍ୟା କରଣ ଗୃହ ତିଆରି କରି ଚୁପ୍ ବସି ଯାଇଛି। ଆଣ୍ଟି-ରାବିଶ ଦେବା ନିମନ୍ତେ ଏକ ଗାଡ଼ିର ମଧ୍ୟ ବ୍ୟବସ୍ଥା ସହ, ପଶୁଚିକିତ୍ସାଳୟରେ ଏକ ଗୃହ ମଧ୍ୟ ନିର୍ମାଣ ହୋଇଥିଲା। ଏହାସହ ପାରା ଡକ୍ଟର, କୁକୁର ଧରାଳି, ଡ୍ରାଇଭର ନିଯୁକ୍ତି ପାଇଁ ଯୋଜନା ହୋଇଥିଲା। କିନ୍ତୁ ଉଭୟ ବିଭାଗର ବିଫଳତା ଯୋଗୁଁ ଯୋଜନା ଫାଇଲରେ ସୀମିତ ରହିଗଲା। ଆଉ ପଶୁ ଚିକିତ୍ସାଳୟରେ ବନ୍ଧ୍ୟାକରଣ ଗୃହ ଏବେ ମଦୁଆଙ୍କ ପେଣ୍ଠ ସ୍ଥଳୀ ପାଲିଟିଛି।  ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଆଜି ଯାଏଁ ଜିଲ୍ଲାରେ ଆନିମାଲ ବାର୍ଥ  କଣ୍ଟ୍ରୋଲ ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଫଳରେ ଦିନ କୁ ଦିନ କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
More than 30 people are seriously injured by dog ​​bites | Argus News