Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମହୁମାଛି ଆକ୍ରମଣରେ ୩୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ, ୨ରୁ ଅଧିକ ଗୁରୁତର

Odisha

ମହୁମାଛି ଆକ୍ରମଣରେ ୩୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ, ୨ରୁ ଅଧିକ ଗୁରୁତର

Ritu Das
Browse all articles by Ritu Das
·2 years ago·1 min read
ମହୁମାଛି ଆକ୍ରମଣରେ ୩୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ, ୨ରୁ ଅଧିକ ଗୁରୁତର

ଅର୍ଗସ ବ୍ୟୁରୋ: ମହୁମାଛି ଆକ୍ରମଣରେ ୩୦ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ୨ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଗୁରୁତର ଆହତ ହୋଇଛନ୍ତି। କଙ୍କଡାହାଡ଼ ବ୍ଲକ ରହଣି ସ୍ଥିତ ସଂସ୍କାର ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ଗ୍ରୀଷ୍ମ କାଳୀନ ଶିକ୍ଷା ଚାଲିଥିବା ବେଳେ ଆଜି କାମାକ୍ଷା ନଗର ନିକଟସ୍ଥ ବାଲିଗୋରଡ ସ୍ଥିତ ରାମିଆଳ ନଦୀର ସାପୁଆ ଡ୍ୟାମକୁ ଗାଧୋଇବା ପାଇଁ ଆସିଥିବା ବେଳେ ମହୁମାଛି ଆକ୍ରମଣରେ ଶିକାର ହୋଇଥିଲେ। 

୮0ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବସରୁ ଓହ୍ଲାଇବା ମାତ୍ରେ ଅତର୍କିତ ଭାବେ ମହୁମାଛି ଆକ୍ରମଣ କରିଥିଲା। ୩୦ ଛାତ୍ରଛାତ୍ରୀ ଆହତ ଥିବାବେଳେ ୨ଜଣ ଶିକ୍ଷୟତ୍ରୀଶିକ୍ଷକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ତୁରନ୍ତ ଚିକିତ୍ସା ପାଇଁ  କାମାକ୍ଷାନଗର ଉପଖଣ୍ଡ ଚିକତ୍ସାଳୟରେ  ଭର୍ତ୍ତି କରାଯାଇଛି। ଚିକିତ୍ସାପରେ ସମସ୍ତେ ସୁସ୍ଥ ଥିବାବେଳେ ୮ଜଣ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି। 

ରାଜ୍ୟ ସରକାର ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ହେତୁ ୨୫ତାରିଖଠାରୁ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ ଗୁଡିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ଘୋଷଣା କରିଥିବା ସତ୍ତ୍ବେ ସଂସ୍କାର ପବ୍ଲିକସ୍କୁଲରେ ଏହାର ବ୍ୟତିକ୍ରମ ଦିଖିବାକୁ ମିଳିଛି। ଯାହା ଦ୍ୱାରା କୋମଳମତି ଛାତ୍ରଛାତ୍ରୀ ମାନେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି। ରାଜ୍ୟସରକାର ଏଥିପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Raja Festival
Sponsored
More than 30 students | Argus News