|
logo
Live

Argus News - ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି

Odisha

ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି

Smruti Parija
Browse all articles by Smruti Parija
·1 year ago·1 min read
ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି

ନୟାଗଡ: ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି । 45 ଡିଗ୍ରୀ ଅସହ୍ୟ ତାତିରେ ଏବେ ଜଳୁଛି ଜନ ଜୀବନ । ହେଲେ ଅମୃତରୂପୀ ଅମ୍ଳଜାନ ଯୋଗାଉଥିବା ନିର୍ଜୀବ ଗଛ ମାନଙ୍କୁ ନିଷ୍ଠୁର ଭଳି କାଟି ପକାଉଛି ଏଇ ସ୍ୱାର୍ଥପର ମଣିଷ । ରାସ୍ତା ପ୍ରଶସ୍ତିକରଣ ନାଁରେ ନୟାଗଡ଼ ଠାରୁ ରଣପୁରକୁ ସଂଯୋଗ କରୁଥିବା ରାସ୍ତାରୁ ଏବେ ଦୈନିକ କଟାଯାଉଛି ଶହ ଶହ ଗଛ । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଏହାକୁ ତୀବ୍ର ବିରୋଧ କରିବା ସହ ଏହି ଗଛ ସବୁକୁ ନିର୍ମମ ଭାବେ ନ କାଟି ସ୍ଥାନାନ୍ତରିତ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି l 

ପୁରୀ-ନୟାଗଡ଼ ବାଇପାସ୍ ରାସ୍ତା ସଂଯୋଗ ପାଇଁ ନୟାଗଡ଼ରୁ ରଣପୁର ସଂଯୋଗ କରୁଥିବା ଏହି ରାସ୍ତାରେ ଏବେ ପ୍ରାୟ ୩ ଶହରୁ ଉର୍ଦ୍ଧ୍ୱ ବିଶାଳକାୟ ଗଛ ବଳିପଡିଲାଣି । ତେବେ ରାସ୍ତା ପ୍ରଶସ୍ଥିକରଣ କାର୍ଯ୍ୟପାଇଁ ଆଗକୁ ଆହୁରି ଅନେକ ଗଛ ବଳିପଡିବା ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତି ହୋଇଛି । ହେଲେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ରାସ୍ତା ପ୍ରଶସ୍ଥିକରଣ ଜରୁରୀ ହୋଇଥିବାବେଳେ ବିନା ନୂଆ ଚାରାରୋପଣରେ ଏତେ ସଂଖ୍ୟାରେ ଗଛ କାଟିବାକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଛନ୍ତି । ସେପଟେ ନୂଆ ପ୍ରଣାଳୀରେ ଗଛକୁ ନକାଟି ସ୍ଥାନାନ୍ତରିତ କରାଯିବା ସହ ନୂଆ ଗଛ ଲଗାଇବା ପରେ ପୁରୁଣା ଗଛ କଟାଯାଉ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । 

ଜଙ୍ଗଲ ଓ ପରିବେଶ ସୁରକ୍ଷା ନେଇ ସରକାର କୋଟି କୋଟି ଟଙ୍କାର ରାଜସ୍ବ ସାରୁଥିବାବେଳେ ବର୍ଷ ବର୍ଷର ପୁରୁଣା ଗଛକୁ ଏଭଳି ଅବାଧରେ ନକାଟି କାହିଁକି ଆଧୁନିକ ପ୍ରଣାଳୀରେ ସ୍ଥାନାନ୍ତରିତ କରାନଯିବ ସେନେଇ ପରିବେଶ ପ୍ରେମୀ ପ୍ରଶ୍ନ ଉଠାଇଛନ୍ତି । ସେପଟେ ଜଙ୍ଗଲ ବିଭାଗ ମଧ୍ୟ ଏହି ରାସ୍ତା ପାର୍ଶ୍ୱରେ ଅଧିକରୁ ଅଧିକ ନୂଆ ଗଛ ଲଗାଇବାକୁ ସାଧାରଣରେ ଦାବି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି | Argus News