ଗୋଚାଲାଣ ବେଳେ କଣ୍ଟେନର ସହ ୪୦ରୁ ଉର୍ଦ୍ଧ ଗୋରୁ ଜବତ
·2 years ago

ଅର୍ଗସ ବ୍ୟୁରୋ: କଣ୍ଟେନର ମାଧ୍ୟମରେ ଗୋରୁ ଚାଲାଣ ବେଳେ ସ୍ଥାନୀୟ ଯୁବକଙ୍କ ଦ୍ୱାରା କଣ୍ଟେନର ସହ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ପାଲଲହଡା ଥାନା 49 ନମ୍ବର ଜାତୀୟ ରାଜପଥ ସିଗଡ ଛକ ନିକଟରେ ଏକ କଣ୍ଟେନର ଗୋରୁ ବୋଝେଇ ଯାଉଥିବା ସୂଚନା ପାଇ ଗାଡିକୁ ଅଟକାଇଥିଲେ। କଣ୍ଟେନର ଭିତରେ ଗୋରୁ ଚୋରାଚାଲାଣ କରାଯାଉଥିଵା ଦେଖିବାକୁ ମିଳିଥିଲା।
କଣ୍ଟେନରରେ ୩ଜଣ ଯୁବକ ଥିଲେ, ଗାଡିକୁ ଅଟକାଇବା ପରେ ସେଠାରୁ ୩ ଯୁବକ ଖସି ପଳେଇବାକୁ ଉଦ୍ୟମ କରୁଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୋଲିସକୁ ଜିମା ଦେଇଛନ୍ତି। ତେବେ 49 ନମ୍ବର ଜାତୀୟ ରାଜପଥରେ ପ୍ରତିଦିନ ଏଭଳି ଗୋ ଚାଲାଣ କରାଯାଉଥିଵା ବେଳେ ସ୍ଥାନୀୟ ପୋଲିସ ସେମାନଙ୍କୁ ଧରିପାରୁନାହାନ୍ତି। ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। ଉତ୍ତ୍ୟକ୍ତ ଲୋକେ କଣ୍ଟେନରରୁ ତାଲା ଭାଙ୍ଗି ଗୋରୁଙ୍କୁ ଉଦ୍ଧାର କରିଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: