ନଳକୂଅ ଦେଲା ଧୋକା, ଚୁଆ ପାଣି ଭରସାରେ ଇଶ୍ବରନଗର
·2 years ago·1 min read

ଅନୁଗୁଳ: ଅନୁଗୁଳ ପାଲଲହଡା ବ୍ଲକର ଇଶ୍ବରନଗର ଗାଁ । ଗାଁରେ 4 ଶହରୁ ଉର୍ଦ୍ଧ ପରିବାର ବସବାସ କରନ୍ତି । ପିଇବା ପାଣି ପାଇଁ ଏଠି 6 ଟି ନଳକୂପ ଅଛି । ମାତ୍ର ସେଥିମଧ୍ୟରୁ ଗୋଟିଏ ନଳକୂପ ଅଚଳ । ଅନ୍ୟ 4 ଟି ନଳକୂପ ରୁ ବାହାରୁଛି ଲୌହ ଯୁକ୍ତ ପାଣି । ଯେଉଁ ପାଣି ପିଇବା ଉପଯୋଗୀ ନୁହେଁ। ଫଳରେ ଚୁଆ ପାଣି ଏଠି ପାଲଟିଛି ପଞ୍ଚିବାର ମାଧ୍ୟମ।
ଗ୍ରାମରେ ସରକାରଙ୍କ ଦ୍ଵାରା ମେଘା ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ପାନୀୟ ଜଳ ଯୋଗାଇ ଦେବା ପାଇଁ ଘର ଘର କୁ ପାଇପ ବିଛା ଯାଇଛି ହେଲେ 4 ବର୍ଷ ହେବ ପାଣି ମୁନ୍ଦେ ଆସୁନାହିଁ,, ଫଳରେ ନାହିଁ ନଥିବା ଅସୁବିଧା ଭୋଗିବା ଶହ ସୁଧ ପାନୀୟ ଜଳ ପାଇବା ରୁ ବଂଚିତ ଅଛନ୍ତି l ବାରମ୍ବାର ଏ ନେଇ ସ୍ଥାନୀୟ ପ୍ରଶାସନଙ୍କୁ ଜଣାଇଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ପାଣି ନାଁରେ ସ୍ଥାନୀୟ ସରକାରୀ ପ୍ରତିନିଧୀ ଦେଉଛନ୍ତି ମିଛ ପ୍ରତିଶୃତି । ଗ୍ରାମାଞ୍ଚଳରେ ଲୋକେ ପାଉଛନ୍ତି ଜଳ ଯନ୍ତ୍ରଣା। ଏଠି ପ୍ରଶ୍ନ ଉଠୁଛି ଏମିତି ଆଉ କେତେଦିନ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: