Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨ବର୍ଷରେ କୁକୁର କାମୁଡ଼ାରେ ଶିକାର ହେଲେଣି ୫ ଲକ୍ଷରୁ ଅଧିକ ଲୋକ

Ritu Das
Browse all articles by Ritu Das
·1 year ago·1 min read
୨ବର୍ଷରେ କୁକୁର କାମୁଡ଼ାରେ ଶିକାର ହେଲେଣି ୫ ଲକ୍ଷରୁ ଅଧିକ ଲୋକ

ଅର୍ଗସ ବ୍ୟୁରୋ: ବୁଲା କୁକୁର ପ୍ରତି ସାବଧାନ । ଗାଁ ହେଉ କି ସହର, ରାସ୍ତାରେ ବୁଲୁଛନ୍ତି ୧୭ ଲକ୍ଷ ବୁଲା କୁକୁର । କେତେବେଳେ ଯେ କାମୁଡିବେ ଆକ୍ରମଣ କରିବେ ତାର କିଛି ଗ୍ୟାରେଣ୍ଟି ନାହିଁ  । ବୁଲା କୁକୁରଙ୍କ ଉପଦ୍ରବରେ ଲୋକ ହନ୍ତସନ୍ତ । 

ବିଧାନସଭାରେ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ରଖିଲେ ଚାଞ୍ଚଲ୍ୟକର ତଥ୍ୟ । ଦୁଇ ବର୍ଷରେ କୁକୁର କାମୁଡ଼ାରେ ଶିକାର ହେଲେଣି ୫ ଲକ୍ଷରୁ ଅଧିକ ଲୋକ । ଚଳିତ ବର୍ଷ 10 ମାସ ଭିତରେ ୨ ଲକ୍ଷ ୪୩ ହଜାର ୫୬୫ ଜଣ ଲୋକ କୁକୁର କାମୁଡ଼ାର ହୋଇଛନ୍ତି  ଶିକାର । ଗତବର୍ଷ ୨ ଲକ୍ଷ ୬୦ ହଜାର ଲୋକ କୁକୁର କାମୁଡ଼ାର ଶିକାର ହୋଇଥିଲେ । 

ବୁଲା କୁକୁର କାମୁଡାରୁ ମିଳିବ ତ୍ରାହି । ଆକ୍ସନ ମୋଡରେ ସରକାର । ବୁଲା କୁକୁରଙ୍କୁ ସାବାଡ କରିବାକୁ ସରକାରଙ୍କ ନିଷ୍ପତ୍ତି। ସରକାର ବାନ୍ଧିବେ ବନ୍ଧ୍ୟାକରଣ କରିବେ।ରାଜ୍ୟର ୮ ଟି ସହରାଞ୍ଚଳରେ ୪ ହଜାର ୬୦୫ କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଛି । ଆଗକୁ ଏହି କାମ ଜୋରସୋରରେ ଚାଲିବା ନେଇ କହିଲେ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
More than | Argus News