Videos
|
Odisha

୫୦ରୁ ଅଧିକ ଔଷଧ କ୍ୱାଲିଟି ଟେଷ୍ଟରେ ଫେଲ୍ ମାରିଛି

Rashmita Mishra
Browse all articles by Rashmita Mishra
·1 year ago·1 min read
୫୦ରୁ ଅଧିକ ଔଷଧ କ୍ୱାଲିଟି ଟେଷ୍ଟରେ ଫେଲ୍ ମାରିଛି

ଅର୍ଗସ ବ୍ୟୁରୋ: ଯଦି ଆପଣଙ୍କୁ ଜ୍ୱର ହୋଇଛି ଆଉ ଆପଣ ପାରାସିଟାମଲ ମେଡିସିନ୍‌ ଖାଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କାହିଁକି ନା ଦେଶର ଡ୍ରଗ୍‌ ରେଗୁଲେଟର ସେଣ୍ଟ୍ରାଲ୍ ସଂଗଠନ  ଦ୍ୱାରା ହୋଇଥିବା ଗୁଣାତ୍ମକ ପରୀକ୍ଷାରେ ବିଫଳ ହୋଇଛି ପାରାସିଟାମୋଲ୍‌ ।  

ଏବେ ୫୦ରୁ ଅଧିକ ଔଷଧ କ୍ୱାଲିଟି ଟେଷ୍ଟରେ ଫେଲ୍ ମାରିଛନ୍ତି। ଏହି ଔଷଧଗୁଡ଼ିକ ମଧ୍ୟରେ କ୍ୟାଲ୍‌ସିୟମ, ଭିଟାମିନ ଡି ସପ୍ଲିମେଣ୍ଟ, ଆଣ୍ଟି ଡାଇବେଟିସ ପିଲ୍ସ ଓ ହାଇ ବ୍ଲଡ ପ୍ରେସର ମେଡିସିନ ଭଳି ଔଷଧ ରହିଛି। ଭାରତୀୟ ଔଷଧ ନିୟନ୍ତ୍ରକ ବୋର୍ଡ ଏହିସବୁ ଔଷଧର ମାନ ପରୀକ୍ଷା କରିଥିଲା।

ପରୀକ୍ଷାରେ ୫୦ରୁ ଅଧିକ ଔଷଧ ଖରାପ କ୍ୱାଲିଟିର ବୋଲି ଜଣାପଡ଼ିଛି। ଭିଟାମିନ ସି ଏବଂ ଡି ୩ ଟାବ୍‌ଲେଟ ସେଲକାଲ, ଭିଟାମିନ ବି କମ୍ପ୍ଲେକ୍ସ ଏବଂ ଭିଟାମିନ ସି ସଫ୍ଟଜେଲ, ଆଣ୍ଟାସିଡ୍ ପାନ ଡି, ପାରାସିଟାମଲ ଟାବ୍ଲେଟ୍ ଆଇପି ଭଳି ୫୩ଟି ମୁଖ୍ୟ ଔଷଧ ଖରାପ ମାନର ବୋଲି ଭାରତୀୟ ଔଷଧ ନିୟନ୍ତ୍ରକ କହିଛନ୍ତି।

ଅଧିକ ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: