ମାସେରୁ ଉର୍ଦ୍ଧ୍ୱ ସମୟ ଧରି କୁମ୍ଭୀର ଆତଙ୍କ, ଭୟଭୀତ ଅଞ୍ଚଳବାସୀ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଡୁବୁଡୁବି ନଦୀର ମହାପଦା ପୋଲ ନିକଟରୁ 4 ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର। ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହାଇଛି। ସୂଚନା ଅନୁଯାୟୀ ଏହି ନଦୀରେ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ୱ ସମୟ ଧରି କୁମ୍ଭୀର ଆତଙ୍କ ଖେଳାଇଛି। ଯାହା ଫଳରେ ଅଞ୍ଚଳବାସୀ ଭୟଭୀତ ହୋଇ ନଦୀକୁ ଯାଉ ନାହାନ୍ତି। କିଛି ଛେଳି ଏବଂ ଗୋରୁକୁ କୁମ୍ଭୀର ମାରି ଖାଇଥିବା ମଧ୍ୟ ଅଭିଯୋଗ ହୋଇଛି।
ଅଧିକ ପଢନ୍ତୁ: ବର୍ଦ୍ଧମାନର କଲନା ନଦୀରୁ ବାହାରି ଘର ନିକଟରେ ପହଞ୍ଚିଲା ବିଶାଳ କୁମ୍ଭୀର
ଏନେଇ ଅଞ୍ଚଳବାସୀ ବାରମ୍ବାର ବନବିଭାଗକୁ ଖବର ଦେଇଥିଲେ ମଧ୍ୟ ବନବିଭାଗ ପହଞ୍ଚି ନଥିଲା କି କୁମ୍ଭୀର କୁ ଧରିବା ପାଂଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଏହି ନଦୀରେ ଦୁଇରୁ ତିନୋଟି କୁମ୍ଭୀର ବୁଲୁଥିବା ଗ୍ରାମବାସୀ ଦେଖିଥିବା ବେଳେ ଆଜି ଗୋଟିଏ କୁମ୍ଭୀର ଜାଲରେ ଲାଗିବା ପରେ ଗ୍ରାମବାସୀ ବନବିଭାଗ କୁ ଖବର ଦେଇ ଥିଲେ। ତେବେ ଅନ୍ୟ କୁମ୍ଭୀରକୁ ଧରିବା ପାଇଁ ଗ୍ରାମବାସୀ ଦାବି କରିବା ସହ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।
ଓଡିଶା ଖବର ଆହୁରି ପଢନ୍ତୁ