Videos
|
Odisha

ଏକ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

Manini Pattanayak
Browse all articles by Manini Pattanayak
·2 years ago
ଏକ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

ଗଜପତି :  ମୋହନା ପୋଲିସ୍ କୁ ମିଳିଛି ବଡ଼ ସଫଳତା । ଏକ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କରିଛି କମଳାପୁର  ନାକା ପଏଣ୍ଟରେ । ମୋହନା ଥାନା ଅନ୍ତର୍ଗତ ଚଢ଼ିଆପଦା ଗାଁ ରୁ ବ୍ରହ୍ମପୁର ସହର ବାଇ ପାସ ଦେଇ ମହାରାଷ୍ଟ୍ର ସୋଲାପୁର ଯାଉଥିଲା ଏହି ଗଞେଇ।

ଜବତ ଗଞ୍ଜେଇ ର ପରିମାଣ ୧୦ କୁଇଣ୍ଟାଲ ହୋଇଥିବା ବେଳେ ଏକ ମହିନ୍ଦ୍ରା ମେକ୍ସ ପିକ୍ ଅପ୍ ସହ ଦୁଇ ଜଣକୁ ଗିରଫ କରିଛି ମୋହନା ପୋଲିସ୍।ଏହି ଚୋରା ଚାଲାଣ ରାକେଟ ରେ ଅନ୍ତଃ ରାଜ୍ୟ ମାଫିଆ ଜଡ଼ିତ ଥିବାରୁ ପୋଲିସ୍ ଅଧିକା ତଦନ୍ତ କରୁଛି। 
ଅଧକି ପଢନ୍ତୁ ଓଡ଼ିଶ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
More than one crore worth of marijuana seized, two arrested | Argus News