Videos
|
Odisha

ଗତବର୍ଷ ଅପେକ୍ଷା ପୁରୀକୁ ଏଥର ଅଧିକ ଟ୍ରେନ୍ ଚାଲିବ

Ritu Das
Browse all articles by Ritu Das
·2 years ago·1 min read
ଗତବର୍ଷ ଅପେକ୍ଷା ପୁରୀକୁ ଏଥର ଅଧିକ ଟ୍ରେନ୍ ଚାଲିବ

ଅର୍ଗସ ବ୍ୟୁରୋ: ରଥଯାତ୍ରାରେ ଚାଲିବ ୩୧୫ ସ୍ୱତନ୍ତ୍ର ଟ୍ରେନ୍। ଗତ ବର୍ଷ ଅପେକ୍ଷା ଏଥର ଅଧିକ ଟ୍ରେନ୍ ଚାଲିବ। ଏନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ରେଳ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ରେଳ ମନ୍ତ୍ରୀ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ସୂଚନା ଦେଇଛନ୍ତି । ତାସହ ଏଥର ରଥଯାତ୍ରାରେ ଅଧିକ ବ୍ୟବସ୍ଥା ହେବ। ୧୫ ହଜାର ଯାତ୍ରୀ ପୁରୀ ଷ୍ଟେସନରେ ରହଣୀ ନେଇ ବି ବ୍ୟବସ୍ଥା ହେବ ବୋଲି ସେ ଦୋହରାଇଛନ୍ତି।

ଅନ୍ୟପଟେ ପୁରୀରେ ରଥ ନିର୍ମାଣ କାମ ଜୋରସୋରରେ ଚାଲିଛି। ତିନି ରଥରେ ଖପୁରୀ ସମେତ ପାରାଭାଡ଼ିକୁ ମିଶାଇ ୧୩ ପରସ୍ତ ପୋଟଳ ସେଟିଙ୍ଗ ସମ୍ପୂର୍ଣ୍ଣ ହୋଇଛି। ମହାରଣା ସେବକମାନେ ତିନି ରଥର ପ୍ରଭାଫ୍ରେମ୍ ପ୍ରସ୍ତୁତ ପୂର୍ବକ ଫ୍ରେମରେ ପଟା ପକାଇ ଖିଲଣ କଟିଙ୍ଗ ଶେଷ କରିଛନ୍ତି। ପ୍ରଭାରେ ବାଙ୍କ ପଡ଼ି ରୂପ ରେଖାଦେଇ ପଟା ସେଟିଙ୍ଗ ବାକି ରହିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
More trains will | Argus News