ସକାଳର ତାଜା ଖବର ସଂକ୍ଷପରେ

ଅର୍ଗସ ବ୍ୟୁରୋ: ନୂଆ ସରକାରରେ ପ୍ରଥମ ଥର ସବୁ ଜିଲ୍ଲାପାଳଙ୍କୁ ନେଇ ବୈଠକ କରିବେ ରାଜ୍ୟ ସରକାର... ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ବସିବ ବୈଠକ... ଓଡିଶା ସରକାରଙ୍କ ବିକାଶର ରୋଡ଼ ମ୍ୟାପ ନେଇ ଜିଲ୍ଲାପାଳ, ଏସପି ଓ ଉପରିସ୍ଥ ଅଧିକାରୀଙ୍କ ସହ ହେବ ଆଲୋଚନା..
୨- ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପୂର୍ବତନ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ...ରାଜ୍ୟପାଳ ରଘୁବର ଦାସଙ୍କ ସହ କରିବେ ଭେଟଘାଟ୍... ସେପଟେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ରାଜଭବନର ଏକ କାର୍ଯ୍ୟକ୍ରମରେ କରିବେ ଯୋଗଦାନ...ପରେ ଝାଡ଼ଖଣ୍ଡ ଅଭିମୁଖେ କରିବେ ଯାତ୍ରା
୩- ଆଇନ ଶୃଙ୍ଖଳା ଏଡିଜିଙ୍କ ଚିଠିରୁ ଖୋଲିଲା ଗୁମର...ଖଣି ମାଫିଆଙ୍କ ସହ ସମ୍ପର୍କରେ ପୋଲିସ ଅଧିକାରୀ ରହୁଥିବା ଅଭିଯୋଗ...ସବୁ ଜିଲ୍ଲାର ଏସପି ଓ ଡିସିପିଙ୍କୁ ଆଇନ ଶୃଙ୍ଖଳା ଏଡିଜିଙ୍କ ଚିଠି...କିଛି ଫିଲଡ ଅଫିସର ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ଚିଠିରେ ଉଲ୍ଲେଖ ରହିଛି।
୪- ଟ୍ରାଙ୍କୁଲାଇଜ୍ ହେଲା ନରହନ୍ତା ଦନ୍ତା.....ବାରିପଦା ରେଞ୍ଜ ବେତନଟୀ ଥାନା ତସରଡ଼ା ବାଦଲସାହି ଅଞ୍ଚଳରେ ହାତୀକୁ କରାଗଲା ଟ୍ରାଙ୍କୁଲାଇଜ୍.....ଏବେ ହାତୀଟି ସମ୍ପୂର୍ଣ୍ଣ ବେହୋସ ହେବା ପରେ ଲୁହା ଝିଞ୍ଜିରୀ ସାହାଯ୍ୟରେ ବନ୍ଧା ହେଇଛି..... ପିସିସିଏଫଙ୍କ ନିର୍ଦ୍ଦେଶରେ ନିଆଯିବ ପରବର୍ତ୍ତୀ ପଦକ୍ଷେପ।
୫- ଏସିଆ ପାୱାର ଇଣ୍ଡେକ୍ସ 2024 ରିପୋର୍ଟରୁ ଖୁଲାସା...ଏସିଆ ମହାଦେଶରେ ତୃତୀୟ ଶକ୍ତିଶାଳୀ ଦେଶ ଭାରତ...ସୁପର ପାଓ୍ବାର ଋଷିଆ-ଜାପାନକୁ ପଛରେ ପକାଇ ମୋଦି ପାୱାରରେ ପାୱାରଫୁଲ୍ ବନୁଛି ଦେଶ...ଅର୍ଥନୈତିକ ଅଭିବୃଦ୍ଧି, ଯୁବ ଜନସଂଖ୍ୟା ବନୁଛି ଶକ୍ତିର ଉତ୍ସ
୬- ଇସ୍ରାଏଲ- ପାଲେଷ୍ଟାଇନ୍ ମଧ୍ୟରେ ବଢୁଛି ଉତ୍ତେଜନା ... IDFର ଆକ୍ରମଣରେ ହିଜବୁଲ୍ଲାର ଡ୍ରୋନ ୟୁନିଟ ମୁଖ୍ୟଙ୍କ ମୃତ୍ୟୁ ... ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ ଲକ୍ଷ୍ୟ ପୂରଣ ପର୍ଯ୍ୟନ୍ତ ଜାରି ରହିବ ଏୟାର ଷ୍ଟ୍ରାଇକ୍ .. ସେପଟେ ଆମେରିକାର ୨୧ ଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ଇସ୍ରାଏଲର ପ୍ରତ୍ୟାଖ୍ୟାନ
୭- ଆରମ୍ଭ ହୋଇଯାଇଛି ଫ୍ଲିପକାର୍ଟର ବିଗ୍ ବିଲିୟନ୍ ସେଲ୍ । ପ୍ଲସ ମେମ୍ବରଙ୍କ ସହିତ ଏହା ସମସ୍ତଙ୍କ ପାଇଁ ଲାଇଭ କରାଯାଇଛି। ଏହି ସେଲରେ ଗ୍ରାହକ ସ୍ମାର୍ଟଫୋନ୍, ସ୍ମାର୍ଟ ଟିଭି, ଲାପଟପ୍, ଟାବଲେଟ୍, ଇୟରବଡ୍, ଆଇଫୋନ୍, ଘରକରଣା ଆଦି ସାମଗ୍ରୀ ଉପରେ ବଡ ରିହାତି ପାଇବେ
୮- ଜୁନିୟର NTRରଙ୍କ ଅପକମିଂ ଚଳଚ୍ଚିତ୍ର 'ଦେବରା – ପାର୍ଟ ୧ ରାତି ଅଧରେ ରିଲିଜ ହେଲା। ୨୭ ସେପ୍ଟେମ୍ବର ୨୦୨୪ରେ ରିଲିଜ ହେବାର ଥିଲା। ସକାଳୁ ସକାଳୁ ଫାଷ୍ଟ ଡେ' ଫାଷ୍ଟ ଶୋ' ଦେଖିଲେ ଦର୍ଶକ
୯- ବାଂଲାଦେଶକୁ କ୍ଲିନ୍ ସ୍ୱିପ୍ କରିବା ଲକ୍ଷ୍ୟରେ ଭାରତ, ରୋହିତ- ବିରାଟଙ୍କ ପ୍ରଦର୍ଶନ ଉପରେ ଫ୍ୟାନ୍ସଙ୍କ ନଜର.....କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ବାଂଲାଦେଶ ଟିମକୁ ହରାଇ ସିରିଜ ହାତେଇବାକୁ ଲକ୍ଷ୍ୟ ରଖିଛି।
୧୦- ଟ୍ରପ ଲାଇନ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା ... ଆହୁରି ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ... ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ... ଆସନ୍ତାକାଲିଠୁ କମିବ ବର୍ଷାର ପରିମାଣ ... ଆଗାମୀ ୭ ଦିନ ଯାଏଁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ନାହିଁ ପାଗ ଅନୁକୂଳ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
