Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସକାଳର ତାଜା ଖବର ସଂକ୍ଷପରେ .....

Odisha

ସକାଳର ତାଜା ଖବର ସଂକ୍ଷପରେ .....

Ritu Das
Browse all articles by Ritu Das
·1 year ago·2 min read
ସକାଳର ତାଜା ଖବର ସଂକ୍ଷପରେ .....

ଅର୍ଗସ ବ୍ୟୁରୋ: ଆଜି ଆସିବ ରାଜ୍ୟ ବଜେଟ୍, ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ.....ଆଜି ଅପରାହ୍ନରେ ଚଳିତବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝି। କେଉଁ ଦିଗ ଉପରେ ଫୋକସ ରହିବ ତାହା ଉପରେ ସମସ୍ତଙ୍କ ନଜର
୨- ନୟାଗଡ଼ ଦେବୋତ୍ତର କଲୋନୀରେ ଅଭାବନୀୟ ଘଟଣା, ବନ୍ଦ ଘରୁ ବାପା ଝିଅଙ୍କ ମୃତଦେହ ଉଦ୍ଧାର....ଝିଅକୁ ମାରିବା ପରେ ବାପା ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
୩- ଭୁବନଶ୍ବରରେ ଚାଞ୍ଚଲ୍ୟ....କାଳ ହେଲା ସ୍ୱାମୀର ପରକୀୟା ପ୍ରୀତି, ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ସାମ୍ବାଦିକା.....ସେପଟେ ସାମ୍ବାଦିକାଙ୍କ ଭଉଣୀ କହିଲେ ମୋ ଭଉଣୀକୁ ମାରିଦେଲେ।
୪- ବଢ଼ିବାରେ ଲାଗିଛି ହୀରାକୁଦ ଜଳସ୍ତର .....୬୩୦ ଫୁଟ କ୍ଷମତା ଥିବାବେଳେ ବର୍ତ୍ତମାନ ୬୦୪ ଫୁଟକୁ ଛୁଇଁଲାଣି.......ଛତିଶଗଡରେ ଲଗାଣ ବର୍ଷା ଯୋଗୁ ଗତକାଲି ଠୁ ଜଳ ପ୍ରବେଶ ବଢିଛି।
୫- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ.....ବଲାଙ୍ଗୀର ଲୋୟର ସୁକତେଲ ପ୍ରୋଜେକ୍ଟର ଚିଫ କନଷ୍ଟ୍ରକ୍ସନ ଇଞ୍ଜିନିୟର ସୁନୀଲ ରାଉତଙ୍କ ଘର ସମେତ ଏକକାଳୀନ ୯ ଟି ସ୍ଥାନରେ ରେଡ୍‌ କରୁଛି ଭିଜିଲାନ୍ସ
୬- ଜାମ୍ମୁ-କାଶ୍ମୀରରେ ଯବାନଙ୍କ ଉପରେ ଆକ୍ରମଣର ପ୍ରତିଶୋଧ ନେଲା ଭାରତୀୟ ସେନା........ଏନକାଉଣ୍ଟରରେ ଟଳିଲା ଜଣେ ଆତଙ୍କବାଦୀ 
୭- ଅଲଗା ହେବାପରେ ପ୍ରଥମଥର ନତାଶାଙ୍କ ଫଟୋରେ ହାର୍ଟ ଇମୋଜୀ ଦେଇ କମେଣ୍ଟ ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା.....କହିଲେ ଅଗସ୍ତ୍ୟ ମୁଁ ତୁମକୁ ମିସ କରୁଛି।
୮- ରିଲିଜ ହେଲା ସ୍ତ୍ରୀ ୨ର ପ୍ରଥମ ସଙ୍ଗ......`ଆଜ କି ରାତ' ସଙ୍ଗରେ ତମନ୍ନାଙ୍କ ଡ୍ୟାନ୍ସରେ ଫ୍ୟାନ୍ସ ଦିଓ୍ବାନା
୯- ଆଜିଠୁ ପ୍ୟାରିସ୍ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ସିନ୍ ନଦୀ ଭିତରେ ସମାରୋହ.....ଶହେ ଡଙ୍ଗାରେ ଆସିବେ କ୍ରୀଡ଼ାବିତ....୧୦୦ବର୍ଷ ପରେ ପ୍ୟାରିସ ନଗରୀକୁ ଫେରିଛି ଅଲିମ୍ପିକ୍ସ 
୧୦- ୨୮ ତାରିଖ ଯାଏ ରାଜ୍ୟରେ ଜାରି ରହିବ ବର୍ଷା..........କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି....ତେବେ ଟ୍ବିନ ସିଟି ସମେତ ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Morning n | Argus News