Morning School / ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ,ଖରାଛୁଟି ପର୍ଯ୍ୟନ୍ତ ସକାଳୁ ପାଠପଢା
·5 months ago·2 min read

Key Points
ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ
ଖରାଛୁଟି ପର୍ଯ୍ୟନ୍ତ ସକାଳୁ ପାଠପଢା
ଆଜି ପାଲନ ହେଇଛି ଖଡି ଛୁଆଁ ଓ ପ୍ରବେଶ ଉତ୍ସବ
ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ଖରାଛୁଟି ପର୍ଯ୍ୟନ୍ତ ସକାଳୁ ପାଠପଢା
ଆଜି ପାଲନ ହେଇଛି ଖଡି ଛୁଆଁ ଓ ପ୍ରବେଶ ଉତ୍ସବ
ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ଭୁବନେଶ୍ବର ୦୪/୦୪:ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ । ରାଜ୍ୟରେ ଆରମ୍ଭ ହେଲା ସକାଳୁଆ ସ୍କୁଲ୍। ଆଜିଠୁ ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏଁ ଚାଲିବ ସ୍କୁଲ୍। ଖରା ଛୁଟି ପର୍ଯ୍ୟନ୍ତ ସକାଳୁଆ ସ୍କୁଲ୍ ନେଇ ସମସ୍ତଙ୍କ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଥିଲା ଗଣଶିକ୍ଷା ବିଭାଗ। ରାଜ୍ୟରେ ବଢୁଥିବା ଖରା ଓ ଗରମକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି। ତାତିର ପ୍ରକୋପ ବୃଦ୍ଧି ପାଇବାରୁ ମଧ୍ୟାହ୍ନ ସମୟକୁ ଏଡ଼ାଇବା ପାଇଁ ଏହି ସକାଳୁଆ ସମୟ ଧାର୍ଯ୍ୟ କରାଯାଇଛି। ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି ହୋଇଛି । ଆଜି ପାଲନ ହେଇଛି ଖଡି ଛୁଆଁ ଓ ପ୍ରବେଶ ଉତ୍ସବ। ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍॥
ଆଜି ରାଜଧାନୀରେ ସମସ୍ତ ସ୍କୁଲ ଉତ୍ସବମୁଖର। ସମସ୍ତ ସ୍କୁଲରେ ଚାଲିଛି ପ୍ରବେଶ ଉତ୍ସବ। ଛାତ୍ରଛାତ୍ରୀଙ୍କୁ ଫୁଲ ଚନ୍ଦନ ଲଗାଇ ଶିକ୍ଷକ ଶିକ୍ଷୟତ୍ରୀ ସ୍ବାଗତ ଜଣାଉଛନ୍ତି। ଆଗାମୀ ଗ୍ରୀଷ୍ମପ୍ରବାହ ଛୁଟି ପର୍ୟ୍ୟନ୍ତ ସକାଳୁଆ ପାଠପଢ଼ା ହେବ। ତେବେ ବିଦ୍ୟାଳୟରେ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି। ବିଦ୍ୟାଳୟରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ପାଇଁ ବିଦ୍ୟାଳୟ ପରିସରରେ ଥିବା ନଳକୂପର ମରାମତି କରାଯିବ। ପାଣି ପିଇବା ପାଇଁ ପିଲାମାନଙ୍କୁ କିଛି ସମୟ ବିରତି ଦିଆଯିବ। ସ୍କୁଲରେ ଓଆରଏସ୍ ପ୍ୟାକେଟ୍ ମହଜୁଦ ରଖାଯିବ। ବିଦ୍ୟାଳୟ ବାହାରେ କାର୍ୟ୍ୟକ୍ରମକୁ କମ ଗୁରୁତ୍ବ ଦିଆଯିବ।
କେବଳ ଏବର୍ଷ ନୁହେଁ, ଏଣିକି ଏଣିକି ପ୍ରତି ବର୍ଷ ଏପ୍ରିଲ୍ ୨ ତାରିଖରୁ ସକାଳୁଆ ପାଠପଢ଼ା ହେବ ବୋଲି କୁହାଯାଇଛି।ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ନିର୍ଦ୍ଦେଶ ଜାରି ହୋଇଛି । ଗଣଶିକ୍ଷା ସଚିବ ଏନ୍ ତିରୁମାଳା ନାଏକ ଏହି ସୂଚନା ଦେଇଛନ୍ତି ।
ପଢନ୍ତୁ ଏହି ଖବର: ସରକାରଙ୍କ ବଡ଼ ନିର୍ଦ୍ଦେଶ, ଏଣିକି ପ୍ରତିବର୍ଷ ଏପ୍ରିଲ୍ ୨ରୁ ସକାଳୁଆ ସ୍କୁଲ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଆଜି ପାଲନ ହେଇଛି ଖଡି ଛୁଆଁ ଓ ପ୍ରବେଶ ଉତ୍ସବ। ଶିଶୁ ବାଟିକା ପିଲାଙ୍କ ହୋଇଛି ଖଡି ଛୁଆଁ। ଭୁବନେଶ୍ବର ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ହୋଇଛି କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସାମିଲ ହୋଇଛନ୍ତି। କୋମଳମତି ଶିଶୁଙ୍କ ଶିକ୍ଷା କ୍ଷେତ୍ରରେ ନୂଆ ପରିକଳ୍ପନା ଆଣିବା ପାଇଁ ଏଭଲି ଏକ ନିଷ୍ପତ୍ତି ନିଆଯାଇଥିଲା. ପୂର୍ବ ବର୍ଷ ମଧ୍ୟ ଏଭଲି ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା. ଚଳିତ ବର୍ଷ ପିଲାମାନଙ୍କ ସହ ଅଭିଭାବକ ମାନେ ମଧ୍ୟ ସାମିଲ ହେବେ.... ଏହା ସହ ଶିକ୍ଷା ସଚେତନତା ରଥ ମଧ୍ୟ ଜିଲା ରୁ ଜିଲା ଗଡିବ. ୬ ତାରିଖ ରୁ ୧୦ ତାରିଖ ଯାଏ ଗଡିବ ଶିକ୍ଷା ରଥ।
Related Topics
Explore more stories