Odia Youth Ramaya / ସ୍ୱଦେଶ ଫେରିଲା ମୃତକ ଓଡ଼ିଆ ଯୁବକଙ୍କ ପାର୍ଥିବ ଶରୀର
·1 hour ago·1 min read

Key Points
ଭାରତ ସରକାର, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ସହାୟତାରେ ମୃତକ ଓଡ଼ିଆ ଯୁବକଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ଫେରାଇ ଅଣାଯାଇଥିଲା
Odia Youth A. Ramaya Death: ଋଷିଆ ରାଜଧାନୀ ମସ୍କୋରେ ହୋଇଥିବା ଡ୍ରୋନ୍ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ଏ. ରାମାୟାଙ୍କ ପାର୍ଥିବ ଶରୀର ଗୁରୁବାର ଜନ୍ମମାଟିକୁ ଫେରିଛି। ଭାରତ ସରକାର, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ସହାୟତାରେ ମୃତ ଓଡ଼ିଆ ଯୁବକଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ଫେରାଇ ଅଣାଯାଇଥିଲା।
ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକର ମାଧବନ୍ଧା ଗାଁର ଯୁବକ ଏ. ରାମାୟା ଋଷିଆର ଏକ କମ୍ପାନୀରେ କାମ କରୁଥିଲେ। ଗତ ୧୭ ତାରିଖରେ ଋଷିଆର ରାଜଧାନୀ ମସ୍କୋରେ ହୋଇଥିବା ଡ୍ରୋନ ଆକ୍ରମଣରେ ତାଙ୍କର ଦୁଃଖଦ ମୃତ୍ୟୁ ହୋଇଥିଲା। ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ସମୟରେ ଏହି ଘଟଣା ଘଟିଥିଲା। ଏହି ଘଟଣା ପରେ ମୃତକଙ୍କ ପରିବାର ତାଙ୍କ ପାର୍ଥିବ ଶରୀରକୁ ସ୍ୱଦେଶ ଫେରାଇ ଆଣିବା ପାଇଁ ସରକାରଙ୍କୁ ନିବେଦନ ଜଣାଇଥିଲେ
ପରିବାରବର୍ଗଙ୍କ ଅନୁରୋଧ ପରେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ନୂଆଦିଲ୍ଲୀରେ ଓଡ଼ିଶା ସରକାରଙ୍କ ପ୍ରମୁଖ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଅଧିନସ୍ଥ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗେର ଏ. ରାମାୟାଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ଫେରାଇ ଅଣାଯାଇଥିଲା।
ରାଜଧାନୀ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ମୃତକ ଏ. ରାମାୟାଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ, ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ଅଧିକାରୀ ପ୍ରୀତୀଶ ପଣ୍ଡା ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ପୈତୃକ ଗ୍ରାମକୁ ମୃତକଙ୍କ ପାର୍ଥିବ ଶରୀର ପଠାଇବାର ବ୍ୟବସ୍ଥା କରିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories