୨୨ ତାରିଖରୁ ରାଜ୍ୟରେ ସାମାନ୍ୟ ବର୍ଷା

ଭୁବନେଶ୍ୱର: ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟକୁ ବଙ୍ଗୋପସାଗର ଅଞ୍ଚଳରୁ କ୍ରମାଗତ ଭାବରେ ଜଳୀୟ ବାଷ୍ପ ପୂର୍ଣ୍ଣ ଉଷ୍ମ ବାୟୁ ପ୍ରବେଶ କରୁଛି। ଏହି ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ଉପକୂଳ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ସ୍ୱାଭାବିକ ତୁଳନାରେ ରାତ୍ରି ତାପମାତ୍ରା ୨ ରୁ ୪ °C ଯାଏଁ ଅଧିକ ରେକର୍ଡ କରାଯାଇଛି। ବର୍ତ୍ତମାନ ରାଜ୍ୟ ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ର ପ୍ରଭାବ ନଥିବାରୁ ଆଗାମୀ ୩ ଦିନ ପଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ। ଏଥିସହ ରାଜ୍ୟରେ ଗୁରୁଚାପ ବଳୟ ସକ୍ରିୟ ଥିବାରୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୁଳ ଓଡ଼ିଶାର କିଛି ଜିଲ୍ଲାରେ ଘନ କୁହୁଡି ରହିବାର ସମ୍ଭାବନା ରହିଛି । ଘନ କୁହୁଡି ସମୟରେ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ୫୦ ମିଟର ମଧ୍ୟରେ ସୀମିତ ରହିବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଏଥିସହ ଆସନ୍ତା ୨୨ ତାରିଖରୁ ରାଜ୍ୟର କିଛି କିଛି ଅଞ୍ଚଳରେ ହାଲୁକା ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।୨୩ ତାରିଖରୁ ବଢିବ ବର୍ଷାର ବିସ୍ତୃତି।୨୫ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା। ଆଜି ଭୁବନେଶ୍ଵର ରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ଦିନ ତାପମାତ୍ରା ୩୪ ରୁ ୩୫ ଡିଗ୍ରୀ ମଧ୍ୟରେ ରହିବା ସମ୍ଭାବନା। ଗତ ୨୪ ଘଣ୍ଟାରେ ରାଜ୍ୟ ମୁଖ୍ୟତଃ ଶୁଖିଲା ରହିଛି। କେତେକ ସ୍ଥାନରେ ଦିନ ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତା ଠାରୁ ଅଧିକ ରହିଛି। ସର୍ବୋଚ୍ଚ ଦିନ ତାପମାତ୍ରା ଭବାନିପାଟଣା ରେ ୩୫.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ସେହିପରି ପୁରୀ ରେ ରାତ୍ରି ତାପମାତ୍ରା ୨୪.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଭୁବନେଶ୍ଵର ରେ ଗତକାଲି ୩୪.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ରାତ୍ରି ତାପମାତ୍ରା ୨୨.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
ଅଧି ପଢନ୍ତୁ ଓଡ଼ିଶା ଖବର