Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶୁଣିଲାନି ପ୍ରଶାସନ, ପୁଅକୁ ନପାଇ ଆତ୍ମହତ୍ୟା ଉଦ୍ୟମ କଲେ ମା'

Odisha

ଶୁଣିଲାନି ପ୍ରଶାସନ, ପୁଅକୁ ନପାଇ ଆତ୍ମହତ୍ୟା ଉଦ୍ୟମ କଲେ ମା'

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଶୁଣିଲାନି ପ୍ରଶାସନ, ପୁଅକୁ ନପାଇ ଆତ୍ମହତ୍ୟା ଉଦ୍ୟମ କଲେ ମା'

ବରଗଡ : ଦାଦନ ଯାଇ ପୁଅ ନିଖୋଜ | ଶୁଣିଲେନି ପ୍ରଶାସନ କି ନେତା | ଶେଷରେ କଣ୍ଟାବାଞ୍ଜି ମେଡିକାଲରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛି ମାଆ | ପୁଅକୁ ସେଠାରେ ମାରି ଦେଇଥିବା ଅଭିଯୋଗ କରିଥିଲେ ମାଆ| ବାରମ୍ବାର ଅଭିଯୋଗ ନେଇ ପୋଲିସ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିନଥିଲା । ଶେଷରେ କଣ୍ଟାବାଞ୍ଝି ହସ୍ପିଟାଲରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।  ଦାଦନ ଯାଇ ପୁଅ ନିଖୋଜ ହେବା ପରେ ଚରମ ପଦକ୍ଷେପ ଗ୍ରହଣ କଲେ ମହିଳା |

ଅଧିକ ପଢନ୍ତୁ : କେରଳରେ ଓଡ଼ିଆ ଦାଦନଙ୍କ ମୃତ୍ୟୁ

ସୂଚନା ମୁତାବକ , କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଲି ମୁରିବାହାଲ ବ୍ଲକ ଅନ୍ତର୍ଗତ ସାନଜରବେହେଲି ଗାଁ ର ମୈତ୍ର ସେଠ ସୁଦୁର ତେଲେଙ୍ଗାନା କୁ ଦାଦନ ଖଟିବାକୁ ଯାଇଥିଲେ | ୪ ମାସ ହେଲା ସେ ସେଠାରେ ନିଖୋଜ ଅଛନ୍ତି | ହେଲେ ବିଧବା ମାଆ ଏନେଇ ପୋଲିସକୁ ଅନେକ ଥର କହିବା ପରେ ନଶୁଣିବାରୁ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲେ ।ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡ଼ିଓ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
mother attempt to suicide after missing her son | Argus News