Videos
|
Odisha

Tragic Incident / କପଡ଼ା ଶୁଖାଉଥିବା ବେଳେ ବିଦ୍ୟୁତ୍ ତାର ଲାଗିଲା…ମାଆଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ଝିଅର ଜୀବନ

Ritu Das
Browse all articles by Ritu Das
·1 hour ago·2 min read
କପଡ଼ା ଶୁଖାଉଥିବା ବେଳେ ବିଦ୍ୟୁତ୍ ତାର ଲାଗିଲା…ମାଆଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ଝିଅର ଜୀବନ
India

Key Points

ବିଦ୍ୟୁତ୍ ତାର ଲାଗି ମାଆ-ଝିଅଙ୍କ ମୃତ୍ୟୁ
ଠିକ୍ ସମୟରେ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ନଥିଲା ବୋଲି ଅଭିଯୋଗ ହୋଇଛି
ବିଦ୍ୟୁତ୍ ତାର ଲାଗି ମାଆ-ଝିଅଙ୍କ ମୃତ୍ୟୁ। ମାଆଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ଝିଅର ଜୀବନ। କପଡ଼ା ଶୁଖାଉଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ମାଆ ଲଳିତା ନାଏକ। ମାଆଙ୍କୁ ବଞ୍ଚାଇବାକୁ ଯାଇ ଝିଅ ଶୀତଳ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି।

ଏହାସହ ପଢ଼ନ୍ତୁ: ନାଟକ ଦେଖି ଫେରିବା ବେଳେ ଭୁଲିଗଲେ ରାସ୍ତା; ଚୋର ସନ୍ଦେହରେ ପିଟିଲେ ଶତାଧିକ ଲୋକ

ଠିକ୍ ସମୟରେ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ନଥିଲା ବୋଲି ଅଭିଯୋଗ ହୋଇଛି। ଚିକିତ୍ସା ଅବହେଳା ଯୋଗୁଁ ଏହି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ଲାଶୋଡା ଗ୍ରାମରେ ଏଭଳି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, କର୍ଲାଶୋଡା ଗ୍ରାମର ଲଳିତା ନାଏକ ଅସାବଧାନତା ଯୋଗୁଁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ମା’କୁ ଉଦ୍ଧାର କରିବାକୁ ଯାଇ ଝିଅ ଶୀତଳ ନାଏକ ମଧ୍ୟ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ। ଗ୍ରାମବାସୀ ଓ ପରିବାର ଲୋକେ ତୁରନ୍ତ ଉଭୟଙ୍କୁ ରକ୍ଷା କରି ଚିକିତ୍ସା ପାଇଁ ଆମ୍ବୁଲାନ୍ସକୁ ଖବର ଦେଇଥିଲେ।

ମାତ୍ର ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ନପହଞ୍ଚିବାରୁ ପରିବାର ଲୋକେ ଏକ ଅଟୋରିକ୍ସା ଯୋଗେ ମା’ ଓ ଝିଅଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ । ସେପଟେ ଡାକ୍ତରଖାନାରେ ପହଞ୍ଚିବା ପରେ ମଧ୍ୟ ଉଚିତ୍ ସମୟରେ ଉପଯୁକ୍ତ ଚିକିତ୍ସା ମିଳିନଥିଲା । ଚିକିତ୍ସାରେ ଅବହେଳା କାରଣରୁ ଉଭୟ ମା’ ଓ ଝିଅ ଆଖି ବୁଜିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଉତ୍ତ୍ୟକ୍ତ ପରିବାରବର୍ଗ ଓ ଗ୍ରାମବାସୀ ନ୍ୟାୟ ଦାବିରେ ଦୁଇ ମୃତଦେହକୁ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି ଘେରାଉ କରିଛନ୍ତି। ଆମ୍ବୁଲାନ୍ସ ବିଳମ୍ବ ଓ ଚିକିତ୍ସା ଅବହେଳା ପାଇଁ ଦାୟୀ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ଖବର ପାଇ ଭବାନୀପାଟଣା ଟାଉନ୍ ଥାନା ପୋଲିସ ଏବଂ ସ୍ଥାନୀୟ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ପ୍ରଶାସନ ଉଚ୍ଚସ୍ତରୀୟ ତଦନ୍ତ କରି ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ସାଧାରଣରେ ଦାବି ଜୋର୍ ଧରିଛି।