Videos
|
Odisha

Mob Lynching / ନାଟକ ଦେଖି ଫେରିବା ବେଳେ ଭୁଲିଗଲେ ରାସ୍ତା; ଚୋର ସନ୍ଦେହରେ ପିଟିଲେ ଶତାଧିକ ଲୋକ

Sushanta Sahoo
Browse all articles by Sushanta Sahoo
·49 mins ago·2 min read
ନାଟକ ଦେଖି ଫେରିବା ବେଳେ ଭୁଲିଗଲେ ରାସ୍ତା; ଚୋର ସନ୍ଦେହରେ ପିଟିଲେ ଶତାଧିକ ଲୋକ
Goat Theft Suspicion Sparks Mob Attack in Ganjam

Key Points

ବାଲିଅନ୍ତା, ରାୟଗଡ଼ା, ବାଣପୁର ପରେ ପୁଣି ଥରେ ଗଞ୍ଜାମରେ ଦେଖିବାକୁ ମିଳିଛି ଭିଡ଼ ହିଂସା । ଚୋର ସନ୍ଦେହରେ ୪ ଜଣ ଯୁବକଙ୍କୁ ଅନ୍ଧାର ରାତିରେ ଗାଁ ଦାଣ୍ଡରେ ଆଣ୍ଠେଇ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି ଗାଁ ଲୋକେ । ଯେଉଁ ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ, ଦେହ ଶିହିରୀ ଯିବ ।
ବ୍ରହ୍ମପୁର: ଗଞ୍ଜାମରେ ବାଲିଅନ୍ତା ରିପିଟ୍ । ବାଲିଅନ୍ତା, ରାୟଗଡ଼ା, ବାଣପୁର ପରେ ପୁଣି ଥରେ ଗଞ୍ଜାମରେ ଦେଖିବାକୁ ମିଳିଛି ଭିଡ଼ ହିଂସା । ଚୋର ସନ୍ଦେହରେ ୪ ଜଣ ଯୁବକଙ୍କୁ ଅନ୍ଧାର ରାତିରେ ଗାଁ ଦାଣ୍ଡରେ ଆଣ୍ଠେଇ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି ଗାଁ ଲୋକେ । ଯେଉଁ ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ, ଦେହ ଶିହିରୀ ଯିବ । ଏଭଳି ଅମାନବୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଖଇରପୁଟି ଗାଁରେ ।

ସୂଚନା ଅନୁସାରେ, ଗାଁ ଲୋକେ ଛେଳି ଚୋର ଭାବି ୪ ଜଣ ଯୁବକଙ୍କୁ ନିର୍ଧୁମ ମାଡ଼ ମାରିଛନ୍ତି । ଭିଡିଓ ଭାଇରାଲ କରିବା ସହ ଥାନାରେ ଦେଇଛନ୍ତି । ଗତ ଶନିବାର ୪ଜଣ ଯୁବକ ରାତି ଅଧରେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଖଇରପୁଟି ଗାଁରେ ବୁଲୁଥିବା ଦେଖିଥିଲେ ଲୋକେ ।

ଏଥିସହ ପଢ଼ନ୍ତୁ: ପାର୍ବଣ ପୂର୍ବରୁ କମିଶନରେଟ୍ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ 

ଗ୍ରାମବାସୀ ୪ ଜଣ ଯୁବକଙ୍କୁ ଧରିବା ସହ ସେମାନଙ୍କ ଠିକଣା ପଚାରି ଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ବ୍ରହ୍ମପୁରର ଓ ଅନ୍ୟ ଜଣେ ନିକଟସ୍ଥ ତହଁର ଗାଁର ବୋଲି କହିଥିଲେ । କିନ୍ତୁ ଏହାପରେ ବି ଗାଁ ଲୋକେ ସନ୍ଦେହ କରି ଠେଙ୍ଗା, ଲୁହା ରଡ଼ରେ ଆକ୍ରମଣ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗାଁ ଦାଣ୍ଡରେ ଯୁବକମାନଙ୍କୁ ଆଣ୍ଠେଇବା ସହ ଗୋଡ଼ାଇ ଗୋଡ଼ାଇ ମାଡ଼ି ମାରିଛନ୍ତି । ଗ୍ରାମବାସୀଙ୍କ ଆକ୍ରମଣ ବେଳେ ୪ ଜଣଙ୍କୁ ମଧ୍ୟରୁ ଜଣେ କୌଶଳକ୍ରମେ ଖସି ଯାଇଥିଲେ । ଗାଁଠୁ ଦୂରକୁ ଦୌଡ଼ି ଯାଇ ପୋଲିସ ସହ ହିଞ୍ଜିଳି ଅଞ୍ଚଳର ଜଣେ ସାଙ୍ଗକୁ ଫୋନ୍‌ରେ ଖବର ଦେଇଥିଲେ ।

ରାତିରେ ଗାଁ ଲୋକଙ୍କ ଆକ୍ରୋଶ ବଢ଼ି ଚାଲିଥିବା ବେଳେ ଖବର ପାଇ ପହଞ୍ଚିଥିଲା ପୋଲିସ । ଗାଁ ଲୋକଙ୍କ କବଳରୁ ଯୁବକମାନଙ୍କୁ ପୋଲିସ ଉଦ୍ଧାର କରିଥିଲା । ଆଉ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ୪ ଜଣଙ୍କୁ କୋର୍ଟ ବି ଚାଲାଣ କଲା ।

ପରେ ୪ ଜଣଙ୍କୁ କୋର୍ଟ ଜାମିନ୍ ଦେଇଛନ୍ତି । ବେଲ୍‌ରେ ଆସିବା ପରେ ୪ ଯୁବକ କହିଛନ୍ତି, "ଗାଁ ଲୋକେ ସନ୍ଦେହରେ ସେମାନଙ୍କୁ ମାରପିଟ୍ କରିଥିଲେ । ଏଭଳିକି ସେମାନଙ୍କ ଭିଡିଓ ଭାଇରାଲ କରି ମିଥ୍ୟା ମାମଲା ଦେଇଥିଲେ । ଏଣୁ ଏଭଳି ଭିଡ଼ ହିଂସାରେ ସାମିଲ୍ ଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ଏଥିସହ ପଢ଼ନ୍ତୁ: ୧୨ ବିଭାଗର ୧୮ ପ୍ରସ୍ତାବରେ କ୍ୟାବିନେଟ୍ ମୋହର; ପ୍ରଶାସନିକ ତ୍ରୁଟି ଯୋଗୁଁ ପେନସନ୍ ବିଳମ୍ବ ହେଲେ ମିଳିବ ସୁଧ 

ଯୁବକମାନଙ୍କ କହିବା ଅନୁସାର, ତହଁରର ବିଭୂତି ଭୂଷଣ ମହାରଣାଙ୍କ ସମେତ ବ୍ରହ୍ମପୁରର ଏସ୍‌.କାହ୍ନୁ ରାଓ, କାହ୍ନା ମହାରଣା, ବାବୁଲ ସାହୁ ଆଦି ୪ଜଣ ହିଞ୍ଜିଳିକାଟୁ ବ୍ଲକ ଶିକିରି ଗାଁକୁ ନାଟକ ଦେଖିବାକୁ ଯାଇଥିଲେ । ନାଟକ ଦେଖି ଫେରିବା ପରେ ଖଇରପୁଟି ଗାଁ ପାଖରେ ସେମାନେ ରାସ୍ତା ଭୁଲି ଯାଇଥିଲେ ।

କିଛି ଯୁବକ ଖଇରପୁଟି ଗାଁରେ ଅଟକାଇ କୁଆଡ଼େ ଆସିଥିଲ ବୋଲି ପଚାରିବା ସହ ଛେଳି ଚୋର ଭାବି ଅକଥନୀୟ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ଯୁବକମାନେ । ମାଡ଼ ମାରିଥିବା ଗ୍ରାମବାସୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।