Videos
|
Odisha

ବିଷ ପିଇ ମାଆ ମୃତ, ଝିଅ ଗୁରୁତର

Ritu Das
Browse all articles by Ritu Das
·2 years ago
ବିଷ ପିଇ ମାଆ ମୃତ, ଝିଅ ଗୁରୁତର

ଅର୍ଗସ ବ୍ୟୁରୋ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନ ଉତୁକୁଡା ପଞ୍ଚାୟତ ମୃଗନୟନି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ପାରିବାରିକ କଳିରୁ ଜଣେ ମାଆ ନିଜେ ବିଷ ପିଇବା ସହ ଆଠ ବର୍ଷର ଝିଅକୁ ବିଷ ପିଆଇ ଦେଇଛନ୍ତି। ଗୁରୁତର ଅବସ୍ଥାରେ ମାଆ ଓ ଝିଅ ଦୁହିଁଙ୍କୁ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି ହୋଇଥିଲେ। ମେଡିକାଲରେ ମାଆଙ୍କର ମୃତ୍ୟୁ ଘଟିଥିଲା। ମୃତକ ହେଲେ କବିତା ନାୟକ। 

ମେଡିକାଲରେ ମାଆର ମୃତ୍ୟୁ ଘଟିଥିବା ବେଳେ ଝିଅଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଝିଅର ଅବସ୍ଥା ଭଲ ଥିବା ଜଣାପଡିଛି। ସ୍ବାମୀସ୍ତ୍ରୀଙ୍କ ଭିତରେ ଝଗଡା ହେବାରୁ କବିତା ରାଗିକି ଏପରି କରିଥିବା କୁହାଯାଉଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Mother died after | Argus News