Videos
|
Odisha

ବିଏମ୍‌ସିର 5ଟି ଅସ୍ଥାୟୀ ପୋଖରୀରେ ହେଲା ମା' ଦୁର୍ଗାଙ୍କ ବିସର୍ଜନ

Ritu Das
Browse all articles by Ritu Das
·1 year ago
ବିଏମ୍‌ସିର 5ଟି ଅସ୍ଥାୟୀ ପୋଖରୀରେ ହେଲା ମା' ଦୁର୍ଗାଙ୍କ ବିସର୍ଜନ

ଅର୍ଗସ ବ୍ୟୁରୋ: ଭୁବନେଶ୍ବରରେ ସରିଲା ବିସର୍ଜନ। ବିଏମ୍‌ସିର 5ଟି ଅସ୍ଥାୟୀ ପୋଖରୀରେ ହେଲା ମା' ଦୁର୍ଗାଙ୍କ ବିସର୍ଜନ। 5ଟି ଜାଗାରେ 120ରୁ ଅଧିକ ମୂର୍ତ୍ତି ବିସର୍ଜନ ହୋଇଛି। ବିସର୍ଜନ ପରେ ଅସ୍ଥାୟୀ ପୋଖରୀରୁ ଫୁଲ, ପତ୍ର, ପୂଜା ସାମଗ୍ରୀ ସହ ପାଳ ନଡାକୁ ପାଣିରୁ ଛାଣି ବାହାର କରାଯାଇ ଡମ୍ପିଂୟାର୍ଡକୁ ନିଆଯିବ। 

ଅସ୍ଥାୟୀ ପୋଖରୀ ପାଣିକୁ ବିଏମସି ଓ ରାଜ୍ୟ ପ୍ରଦୂଷଣ ବୋର୍ଡ ଅନୁଧ୍ୟାନ କରିବେ। ନଦୀ ଜଳ ପ୍ରଦୂଷଣ ରୋକିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କରାଯାଇଥିବା ନୀତି ନିୟମ ଅନୁସାରେ ବିସର୍ଜନ କରାଯାଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Mother Durga | Argus News