Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News -  ପକୁଡ଼ି ପାଇଁ ଝିଅକୁ ହତ୍ୟା କଲା ମା'

Odisha

 ପକୁଡ଼ି ପାଇଁ ଝିଅକୁ ହତ୍ୟା କଲା ମା'

Manini Pattanayak
Browse all articles by Manini Pattanayak
·1 year ago·1 min read
 ପକୁଡ଼ି ପାଇଁ ଝିଅକୁ ହତ୍ୟା କଲା ମା'

ନବରଙ୍ଗପୁର: ଝିଅ ଟିକିଏ ଅଧିକ ପକୁଡ଼ି ମାଗିବାରୁ ମା ରାଗିଯାଇ ଏକ ବାଉଁସ ବାଡି ସାହାଯ୍ୟ ରେ ଝିଅ ର ମୁଣ୍ଡ ରେ ଶକ୍ତ ପ୍ରହାର କରିଥିଲା । ଫଳରେ ଘଟଣା ସ୍ଥଳରେ ଝିଅ ର ମୃତ୍ୟୁ ଘଟିଥିଲା । ଝିଅର ମୃତ୍ୟୁ ହୋଇଥିବା ଜାଣିବା ପରେ ହତ୍ୟା ର ପ୍ରମାଣ ଲୁଚାଇବାକୁ ଯାଇ ଏହାକୁ ଏକ ଆତ୍ମହତ୍ୟା ର ରୂପ ଦେବାକୁ ଚେଷ୍ଟା କରିଥିଲା ମା । ନିଜେ ଯାଇ ରାଇଘର ଥାନା ରେ ଝିଅ ଆତ୍ମହତ୍ୟା କରିଛି ବୋଲି ସୂଚନା ଦେଇଥିଲେ । ଖବର ପାଇବା ପରେ ରାଇଘର ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସ୍ଥାନୀୟ ଲୋକଙ୍କୁ ପଚରା ଉଚରା ଓ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ଜଣେ ୯ ବର୍ଷ ର ଝିଅ ଓ ଚତୁର୍ଥ ଶ୍ରେଣୀ ଛାତ୍ରୀ କିଭଳି ଆତ୍ମହତ୍ୟା କରି ପାରିବ ସେ ନେଇ ପୋଲିସ ର ସନ୍ଦେହ ଜାତ ହୋଇଥିଲା ।

ପରେ ପରିବାର ଲୋକଙ୍କ ସହ ମୃତ ଝିଅ ର ସାନ ଭାଇ କୈଳାଶ କୁ ତଦନ୍ତ ପରିସର କୁ ଆଣି ଘଟଣା ସମ୍ପର୍କ ରେ ପଚାରିଥିଲା ପୋଲିସ । ଭାଇର ବୟାନ କୁ ଆଧାର କରି ପୋଲିସ   ସମ୍ପୂର୍ଣ ଘଟଣା ର ପର୍ଦ୍ଦାଫାସ କରିଛି । ସାନ ଭାଇ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କ ରେ କହିଛି କିପରି ତା ଭଉଣୀ କୁ ମାରିଛି ତା ମା।  ମା ହିଁ ଝିଅ ର ହତ୍ୟାକାରୀ ବୋଲି ଜାଣିବା ପରେ ହତ୍ୟାକାରୀ ମା କୁ ଗିରଫ କରିଛି ପୋଲିସ । ଘଟଣା ଟି ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଳଦୀ ଗ୍ରାମ ର ଝୁନ୍ ଝୁନି ପାରାରେ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mother killed daughter for pakudi matter in nabarangapur | Argus News