Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭଙ୍ଗା ଦଦରା କାନ୍ଥ ପୁରା ପରିବାର

Odisha

ଭଙ୍ଗା ଦଦରା କାନ୍ଥ ପୁରା ପରିବାର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଭଙ୍ଗା ଦଦରା କାନ୍ଥ ପୁରା ପରିବାର

ଅର୍ଗସ ବ୍ୟୁରୋ:  ବୟସର ଅପରାହ୍ନରେ ପହଂଚିସାରି ସରକାରୀ କଳର କାମକୁ ଦେଖି ସେ ଠିକ ବୁଝି ସାରିଛନ୍ତି ଯେ । ଏଠି ଯେମିତି ଗରୀବ ହୋଇ ଜନ୍ମ ହେବା ମହାପାପ । ଇଏ ହେଉଛନ୍ତି ସୁନ୍ଦରଗଡ ସଦର ବ୍ଲକ ବିରବିରା  ପଂଚାୟତର ସାଲେପାଲି ଗ୍ରାମର  ଭିନ୍ନକ୍ଷମ ଚଚଂଳା । ପୁଅ ପ୍ରଦୀପ ଓ ନାତି ଙ୍କ ସହ ସେ ଯେଉଁ ଘରେ ରହୁଛନ୍ତି ସେ ଘରର ଅବସ୍ଥା ନକହିବା ଭଲ । କେଉଁଠି ଘରର ଚାରି କାନ୍ଥ ଫାଟି ଅଁ। କଲାଣି ତ ଆଉ କେଉଁଠି  ଉପରେ ପଡିଥିବା ଅ।ଜବେଷ୍ଟସ ସବୁ ଫାଟି ଘର ଭିତରେ ଅ।ଣ୍ଠୁଏ ପାଣି । ତଥାପି ନିଜ ଭାଗ୍ୟକୁ ଅ।ଦରି ଏହି ବିପଦ ଶଙ୍କୁଳ ଘର ଭିତରେ ରହନ୍ତି ଏହି 3 ଜଣ ।  ଦିନ ମଜୁରିଆ ଭାଵେ କାମ କରି ପ୍ରଦିପ ନିଜର ଗୁଜୁରାଣ ମାଣ୍ଟାଉ ଥିଵା ପ୍ରଦୀପ । ଘର ଖଣ୍ବେ ପାଇଁ  ବାର ଵାର  ସରପଂଚ,ବ୍ଲକ କାର୍ଯ୍ୟାଳୟରେ ଅ।ବେଦନ କରି କରି ନୟାନ୍ତ ହୋଇ ଗଲେଣି... ଏପଟେ  ବୁଢି ମାଁକୁ ଛାଡି କୁଅ।ଡେ ଯିଵା ଯିବା ସମ୍ଭଭ ନୁହେଁ  । ଏଭଳି ସ୍ଥିତିରେ  ବର୍ତ୍ତମାନ ବର୍ଷା ହେଲେ ଘର ଭିତରେ ପାଣି ଗଳୁଛି ଏଣୁ ଘର ଖଣ୍ଡିଏ ପାଇଁ ଗୁହାରୀ କରିଛନ୍ତି ଚଞ୍ଚଳା ।

ଆଜି ନୁହଁ ଅନେକ ବର୍ଷ ହେଲାଣି ଏହି ଭଳି ଦୟନୀୟ ଅବସ୍ଥାରେ ଦିନ କାଟୁଛି ଚଞ୍ଚଳା ର ପରିଵାର । ନୂଆ ଵିଜେପି ସରକାର ଆସିଵା ପରେ ନିଶ୍ଚିତ ଭାବରେ ଏମାନଙ୍କ ଦୁଃଖ ଦୂର ହେବ ବୋଲି ଅ।ଶା ରଖିଛନ୍ତି ଗ୍ରାମବାସୀ । ଅନ୍ୟ ପଟେ ଚଂଚଳା ଙ୍କ ଏହି ସମସ୍ୟା ସମ୍ପର୍କରେ ସଦର ଉପଜିଲ୍ଲାପାଳଙ୍କ ଧ୍ୟାନ ଦେଇ ... ସଦର ବ୍ଲକ ବିଡିଓ ଙ୍କି ନିର୍ଦ୍ଦେଶ ଦିଅ।ଯାଉଛି ସେ ଏହାର ତଦନ୍ତ କରିବା ସହ କିଭଳି ଭାବରେ ସରକାରୀ ସହାୟତା ଯୋଗାଇ ଦିଅ।ଯିବ ଦେଖିବେ ଦେଖିବେ ଏବଂ ବର୍ତ୍ତମାନ ତୁରନ୍ତ ତହସିଲଦାରଙ୍କୁ କହି ଘର ଉପରେ କିଭଳି ଭାବରେ ଜରି ପାଲ ଘୋଡାଇ ଦିଅ।ଯିବ ତାର ବ୍ୟବସ୍ଥା କରିବେ ବୋଲି କହିଥିଲେ। ବର୍ଷ ବର୍ଷ ଧରି ସହାୟତା ପାଇଁ କାକୁତି ଵିନତି ହେଉଥିବା ପରିବାର କୌଣସି ସହାୟତା ପାଇନଥିବା ବେଳେ ବର୍ତ୍ତମାନ ନୂତନ ଭାବେ ଦାୟିତ୍ଵ ନେଇଥିବା ବିଜେପି ସରକାର ଅସହାୟ ଚଂଚଳା ଙ୍କୁ କେବେ ସହାୟତା ଯୋଗାଇ ଦେଉଛନ୍ତି ତାହା ଦେଖିଵାକୁ ଵାକି ରହିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mother, son and grandson are living in a broken house | Argus News