Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାତୃ ଦିବସ ଉପଲକ୍ଷେ ବୃଦ୍ଧାଶ୍ରମରେ ମା' ମାନଙ୍କୁ ପୂଜାର୍ଚ୍ଚନା

Swayangprajna Mishra
Browse all articles by Swayangprajna Mishra
·2 years ago
ମାତୃ ଦିବସ ଉପଲକ୍ଷେ ବୃଦ୍ଧାଶ୍ରମରେ ମା' ମାନଙ୍କୁ ପୂଜାର୍ଚ୍ଚନା

କଟକ : ଆଜି ପବିତ୍ର ମାତୃ ଦିବସ । ଏହି ଅବସର ରେ କଟକ ଜିଲ୍ଲା ନିଆଳି ବ୍ଲକ ବୃନ୍ଦାବନ ବୃଦ୍ଧାଶ୍ରମରେ ଭ୍ୟୁ ଫାଉଣ୍ଡେସନ ପକ୍ଷରୁ ମାତୃ ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଶ୍ରମରେ ରହୁଥିବା ବୃଦ୍ଧା ମାନଙ୍କୁ ଭ୍ୟୁ ସାମାଜିକ ଅନୁଷ୍ଠାନ ପକ୍ଷରୁ ବନ୍ଦାପନା କରାଯିବା ସହ ନୂତନ ବସ୍ତ୍ର ପ୍ରଦାନ କରିଥିଲେ କର୍ମକର୍ତ୍ତା ।

ଅଧିକ ପଢନ୍ତୁ : ଆଜି ମାତୃ ଦିବସ: ନିଃସର୍ତ୍ତ ମମତା ଓ ତ୍ୟାଗର ପ୍ରତୀକ ମା’ଙ୍କୁ ମାତୃଦିବସର ଶୁଭେଚ୍ଛା

ଆଧୁନିକ ସମାଜରେ ମା ମାନଙ୍କୁ ସଦାସର୍ବଦା ସମସ୍ତେ ସମ୍ମାନ ଦିଅନ୍ତି । ବୟସ୍କ ବ୍ୟକ୍ତି ଙ୍କର ସୁରକ୍ଷା, ଯତ୍ନ ନେବା ପାଇଁ ଅନୁଷ୍ଠାନର ସଭାପତି ସବିତା ମଲ୍ଲିକ ଅନୁରୋଧ କରିଛନ୍ତି ।ବୃନ୍ଦାବନ ଆଶ୍ରମର ସମ୍ପାଦକ ସୁଦାମ ସାମଲ ଏଭଳି କାର୍ଯ୍ୟ ପାଇଁ ଭ୍ୟୁ ଫାଉଣ୍ଡେସନ କୁ ପ୍ରଶଂସା କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
mother's day celebration in brudhashram | Argus News