Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ

Odisha

ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ

Ritu Das
Browse all articles by Ritu Das
·2 years ago
ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ

ଅର୍ଗସ ବ୍ୟୁରୋ: ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ। ବାଲିଗୁଡ଼ା ଥାନା ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ନିକଟରେ ଘଟିଛି ଦୁର୍ଘଟଣା। ଦୁର୍ଘଟଣାରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ହେଲେ ରେବିଙ୍ଗିଆ ଗ୍ରାମର ପ୍ରଣୟ କୁମାର ବେହେରା ହୋଇଥିବା ସୂଚନା ମିଳିଛି । 

ସୂଚନା ପ୍ରକାରେ ପ୍ରଣୟ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି । ଆଜି ସକାଳେ ରେବିଙ୍ଗିଆରୁ ସୁଡ୍ରା ଅଞ୍ଚଳକୁ କାର୍ଯ୍ୟରେ ଯୋଗ ଦେବାକୁ ମୋଟରସାଇକେଲ ଯୋଗେ ଯାଉଥିବା ବେଳେ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ନିକଟରେ ଏକ ଗଛକୁ ପିଟି ହୋଇ ମୃତ୍ୟୁ ବରଣ କରିଥିବା ଜାଣିବାକୁ ମିଳିଛି। ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ପରିବାରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ପରିବାରରେ ଶୋକରେ ଛାୟା ଖେଳିଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Motorcycle accident | Argus News