Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜବତ ହେଲା ହାଇୱା, ଜେସିବି ସହ ମୋଟର ସାଇକେଲ

Odisha

ଜବତ ହେଲା ହାଇୱା, ଜେସିବି ସହ ମୋଟର ସାଇକେଲ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜବତ ହେଲା ହାଇୱା, ଜେସିବି ସହ ମୋଟର ସାଇକେଲ

ଅର୍ଗସ ବ୍ୟୁରୋ:  ରାତି ଅଧରେ ପଥର ମାଫିଆଙ୍କ ଉପରେ ପଡ଼ିଲା ଚଡ଼କ। ଅକସ୍ମାତ୍ ବନ ବିଭାଗର ଚଢ଼ାଉରେ ଧଳାପଥର ଲୁଟ୍ କରୁଥିବା ମାଫିଆଙ୍କ ଅଣ୍ଟା ଭାଙ୍ଗିଛି। ଏ ଦୃଶ୍ୟ ମାଲକାନଗିରି ମୋଟୁ ଅଞ୍ଚଳର। ଯେଉଁଠୁ ବର୍ଷ ବର୍ଷ ଧରି ବେଧଡ଼କ ଭାବେ ଖଣିଜ ଲୁଟ୍ କରୁଥିଲେ ମାଫିଆ। ସ୍ବାଭିମାନ ଅଞ୍ଚଳରୁ ମନଇଚ୍ଛା ଧଳାପଥର ଖୋଳି ବାହାର ରାଜ୍ୟରେ ବିକି ମାଲାମାଲ୍କ ହେଉଥିଲେ। ସରକାରୀ ରାଜସ୍ବ ଓ ସଂରକ୍ଷିତ ଜଂଙ୍ଗଲରୁ କରୁଥିଲେ ଅବାଧ ଖନନ। ବିଜେଡି ଶାସନରେ ସ୍ଥାଣୁ ପାଲଟିଥିବା ବନ ବିଭାଗ ଏବେ ଆକ୍ସନ୍ ମୋଡକୁ ଆସିଛି। ମୋଟୁ ସରଂକ୍ଷିତ ଜଙ୍ଗଲର ପିନାମାଟିଗୁଡା ଗାଁ ନିକଟରେ ମିଡନାଇଟ୍ ଅପରେସନ କରି ୬ ଜଣ ମାଫିଆଙ୍କୁ ଗିରଫ କରିଛି ବନ ବିଭାଗ। ଏଥିସହ ଦୁଇଟି ହାଇୱା, ଗୋଟିଏ ଜେସିବି ମେସିନ୍ ଓ ଗୋଟିଏ ମୋଟର ସାଇକେଲ୍‌ ବି ଜବତ ହୋଇଛି।

ଖାଲି ପିନାମାଟିଗୁଡ଼ା ନୁହେଁ ମାଲକାନଗିରି ଜିଲ୍ଲାର ଆଲମା, ବିନାୟକପୁର ଓ କୁନାନପାଲି ଗାଁରେ ବି ମାତିଛନ୍ତି ଖଣି ମାଫିଆ। ବନ ବିଭାଗ ଆଖିରେ ଆଙ୍ଗୁଠି ଗେଞ୍ଜି ସରକାରଙ୍କ କୋଟି କୋଟି ଟଙ୍କାର ପଥର ଲୁଟ୍ କରୁଛନ୍ତି। ପୂର୍ବ ବିଜେଡି ସରକାରରେ ଏମାନଙ୍କୁ ମିଳିଥିଲା ଅଭୟ ବର। ଏମାନଙ୍କଠାରୁ କମିଶନ ନେଇ ମାଲାମାଲ୍ ହେଉଥିଲେ ବିଜେଡି ନେତା ଓ ଅଫିସର। କିନ୍ତୁ ସରକାର ବଦଳିବା ପରେ ଏବେ ଭାଙ୍ଗୁଛି ମାଫିଆଙ୍କ ଅଣ୍ଟା। 

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Motorcycles with JCB were seized | Argus News