Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହାଇୱା ଧକ୍କାରେ ଅଟୋ ଚାଳକ ଗୁରୁତର :ଡ୍ରାଇଭର ଫେରାର

Odisha

ହାଇୱା ଧକ୍କାରେ ଅଟୋ ଚାଳକ ଗୁରୁତର :ଡ୍ରାଇଭର ଫେରାର

Rashmita Mishra
Browse all articles by Rashmita Mishra
·2 years ago
ହାଇୱା ଧକ୍କାରେ ଅଟୋ ଚାଳକ ଗୁରୁତର :ଡ୍ରାଇଭର ଫେରାର

ଅର୍ଗସ ବ୍ୟୁରୋ: ଟାଙ୍ଗୀ ମଙ୍ଗୁଳି ଓଭର ବ୍ରିଜ ଉପରେ ଏକ ହାଇୱା ଧକ୍କାରେ ଅଟୋ ଚାଳକ ଗୁରୁତର । ହାଇୱା ଅଟୋକୁ ଧକ୍କା ଦେଲେ ଫଳରେ ପାସେଞ୍ଜର ଅଟୋ ଚାଳକ ଛିଟିକି ହୋଇ ହାଇୱାର ଆଗଚକା ତଳେ ପଡିଯାଇଥିଲା । ଖବର ପାଇ ଜାତୀୟ ରାଜପଥ ଆମ୍ବୁଲାନ୍ସ ପହଞ୍ଚି ଗୁରୁତରକୁ କଟକ ବଡ ଡାକ୍ତରଖାନାକୁ ପଠାଇଛନ୍ତି। ତେବେ ଅଟୋ ଡ୍ରାଇଭର ର ପରିଚୟ ମିଳିପାରିନାହିଁ । ଟାଙ୍ଗୀ ପୋଲିସ ପହଞ୍ଚି ହାଇୱା ଓ ଅଟୋକୁ ଜବତ୍ କରିଥିବା ବେଳେ ହାଇୱା ଡ୍ରାଇଭର ଫେରାର ହୋଇଯାଇଥିବା ଜଣା ପଡ଼ିଛି।ତେବେ ଏହିଭଳି ସବୁ ବେଳେ ହେବାର କାରଣ କଣ ତାହା ଜଣା ପଡୁନାହିଁ । କାହାର ଦୋଷ ଗାଡି ଚାଳକର ନା ରାସ୍ତା ପାଇଁ । 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Motorist critically injured in highway crash | Argus News