Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନଦୀ ଭ୍ରମ ସୃଷ୍ଟି କରୁଛି ଜୀତୀୟ ରାଜପଥ

Odisha

ନଦୀ ଭ୍ରମ ସୃଷ୍ଟି କରୁଛି ଜୀତୀୟ ରାଜପଥ

Smruti Parija
Browse all articles by Smruti Parija
·1 year ago·2 min read
ନଦୀ ଭ୍ରମ ସୃଷ୍ଟି କରୁଛି ଜୀତୀୟ ରାଜପଥ

ମାଲକାନଗିରି: ମାଲକାନଗିରିରୁ ମୋଟୁ ଯୋଗାଯୋଗ ବିଚ୍ଛିନ୍ନ । ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଥିବାବେଳେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର କାଲିମେଳା ବ୍ଲକରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । କାଲିମେଳା ବ୍ଲକ ଲଗାଣ ବର୍ଷା ଲାଗିରହିଥିବା ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପାଣି ଜାତୀୟ ରାଜପଥ ଦେଇ ପ୍ରଭାବିତ ହୋଇଛି । ଅତ୍ୟଧିକ ବର୍ଷା ଯୋଗୁଁ ମାଲାକାନଗିରିରୁ ମୋଟୁକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା ବ୍ରିଜ ଓ ଏମ୍ ଭି ୯୬ ବ୍ରିଜ ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି ।  

ବ୍ରିଜ ଉପରେ 4 ଫୁଟ ଉଚ୍ଚରେ ପାଣି ପ୍ରଭାବିତ ହେଉଥିବାରୁ ଏହି ରାସ୍ତା ଦେଇ ଯାଉଥିବା ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । କାଙ୍ଗୁରୁକୋଣ୍ଡା ବ୍ରିଜ ଉଭୟ ପାର୍ଶ୍ଵରେ ଶତାଧିକା ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଛି । କାଲିମେଳା ପୁଲିସ କର୍ମଚାରୀମାନେ ବ୍ରିଜ ପାର ନହେବାକୁ ଲୋକଙ୍କୁ ବାରଣ କରୁଛନ୍ତି । ପ୍ରଶାସନ ପକ୍ଷରୁ ବ୍ରିଜର ଉଭୟ ପାର୍ଶ୍ୱରେ ଲାଲ ରଙ୍ଗର ଫିତା ଟଣା ଯାଇ ଯାତାୟତକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି l ଯାତାୟତ କରୁଥିବା ସମସ୍ତ ସରକାରୀ ଓ ବେସରକାରୀ ବସ୍ ସେଠାରେ ଅଟକି ରହିଛି । ଏହାଫଳରେ ଓଡ଼ିଶା- ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଜଣାଯାଇଛି । ଏକ ପ୍ରକାରର ନଦୀ ଭ୍ରମ ସୃଷ୍ଟି କରୁଛି ଜୀତୀୟ ରାଜପଥ । 

ଶୁକ୍ରବାର ଦିନସାରା  ଯାତାୟାତ ସ୍ୱଭାବିକ ରହିଥିବା ବେଳେ ଶନିବାର ଅପରାହ୍ନ 3 ଟା ପରଠାରୁ ବ୍ରିଜ ଉପରେ ଜଳ ସ୍ତର ବୃଦ୍ଧି ପାଇଥିଲା । ବର୍ତ୍ତମାନ ମଧ୍ୟ ଝିପି ଝିପି ବର୍ଷା ଲାଗିରହିଥିବା ବେଳେ ଜଳ ସ୍ତର ଆହୁରି ବୃଦ୍ଧି ପାଇବା ଆଶଙ୍କା ଦେଖା ଦେଇଛି । ସେହିପରି ଏମ୍ ଭି. ୯୬ ବ୍ରିଜ ଉପରେ ମଧ୍ୟ ୪/୫ ଫୁଟ ପାଣି ପ୍ରଭାବିତ ହେଉଥିବାରୁ ସେଠାରେ ମଧ୍ୟ ଲୋକମାନେ ଅଟକି ରହିଥିବା ଦେଖିବାକୁ ମିଳିଛି । କାଲିମେଳାରୁ ପଡିଆକୁ ସଂଯୋଗ କରୁଥିବା କନ୍ୟାଶ୍ରମ ବ୍ରିଜ୍ ତଳେ ପାଣି ରହିଛି । କେତେବେଳେ ବି ବ୍ରିଜ ବୁଡିଯିବାର ଆଶଙ୍କା ରହିଛି । ବର୍ଷାକୁ ନଜରରେ ରଖି ପ୍ରଶାସନ ଅଧିକାରୀମାନେ ସଜାଗ ରହିଛନ୍ତି । କାଲିମେଳା ବ୍ଲକ ପ୍ରସାଶନ ପକ୍ଷରୁ ମଧ୍ୟ ବର୍ଷା ଉପରେ ନଜର ରଖି କାର୍ଯ୍ୟ କରୁଥିବା ଜଣାପଡିଛି । ବିଡିଓ ପ୍ରଦୀପ କର ବୁଡି ଯାଇଥିବା ବ୍ରିଜ ଅଞ୍ଚଳ ବୁଲି ଦେଖିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
motu is cut off from Malkangiri | Argus News