ମଦ ଦୁର୍ନୀତି ଓ ବିପୁଳ ଗଚ୍ଛିତ କଳା ଟଙ୍କା ବିରୋଧରେ ବିଜେପି ପକ୍ଷରୁ ଆନ୍ଦୋଳନ
·2 years ago

ଅର୍ଗସ ବ୍ୟୁରୋ: ମଦ ଦୁର୍ନୀତି ଓ ବିପୁଳ ଗଚ୍ଛିତ କଳା ଟଙ୍କା ବିରୋଧରେ ବିଜେପି ପକ୍ଷରୁ ଆଜି ଓଡ଼ିଶାର ପ୍ରତ୍ୟେକ ସବ ଡିଭିଜନରେ ଆନ୍ଦୋଳନ। ରାଜ୍ୟ ସରକାରଙ୍କ ଅନୁକମ୍ପାରେ ସାହୁ ବ୍ରଦର୍ସ ଆଣ୍ଡ୍ କୋ ଠୁଳ କରିଛନ୍ତି 5ଶହ କୋଟିରୁ ଅଧିକ କଳା ଟଙ୍କା। ଏମିତି ଅଭିଯୋଗ ଆଣିଛି ବିଜେପି। ବିଜେଡିର ଭ୍ରଷ୍ଟ ଶାସନରେ ଓଡ଼ିଶା ନିନ୍ଦିତ ହୋଇଥିବାର ମଧ୍ୟ ବିଜେପି ଅଭିଯୋଗ ଆଣିଛି।
ରାଜ୍ୟରେ ମଦ ମାଫିଆଙ୍କ ଆଡ୍ଡାରେ ବଡ଼ ଆଇଟି ରେଡରୁ ଜବତ ବେଆଇନ ଗଚ୍ଛିତ ଟଙ୍କାର ଗଣତି ସରିଛି। ମୋଟ୍ 305 କୋଟି ଟଙ୍କା ଜବତ ହୋଇଥିବା ସୂଚନା ଦେଇଛନ୍ତି ଆୟକର ଅଧିକାରୀ। ଗଣତି ସରିଥିଲେ ବି ଏହା ରାଜ୍ୟରେ ଥିବା 24 ବର୍ଷର କ୍ଷମତାଧାରୀଙ୍କ ନୀତି ନୈତିକତା ଉପରେ ସୃଷ୍ଟି କରିଛି ଅନେକ ପ୍ରଶ୍ନବାଚୀ। ରାଜ୍ୟରେ ବିଜେଡି ସରକାର ଲୋକଙ୍କୁ କରିଛି ମଦୁଆ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: