ନାହିଁ ପକ୍କା ରାସ୍ତା, କାଦୁଅ ପଚପଚ ରାସ୍ତା ପାଲଟିଛି ମୁଖ୍ୟ ସମସ୍ୟା

ଅର୍ଗସ ବ୍ୟୁରୋ: ଏ ହେଉଛି ଘଷିପୁରା ବ୍ଲକ୍ ଅନ୍ତର୍ଗତ ଦରଡିପାଳ ପଞ୍ଚାୟତର ମୁଖ୍ୟ ରାସ୍ତା । କେଉଁଠି ଆଣ୍ଠୁଏ ପାଣି ତ ଆଉ କେଉଁଠି କାଦୁଅ ପଚ ପଚ ରାସ୍ତା । ନିତି ଚଲା ବାଟର ଏଭଳି ଦୁର୍ଦ୍ଦଶା ହୋଇଥିବା ଯୋଗୁଁ ଗ୍ରାମବାସୀ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପାଖାପାଖି 10ଖଣ୍ତ ଗ୍ରାମବାସୀ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ଆଖପାଖ ସ୍କୁଲ୍ ଓ କଲେଜ ପିଲା ଯିବା ଆସିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି। ତେବେ ରାସ୍ତାର ଏଭଳି ଅବସ୍ଥା ବିଷୟରେ ବାରମ୍ବାର ବିଧାୟକ ଏବଂ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି।
ଖାଲି ରାସ୍ତା ସମସ୍ୟା କହିଁକି ପାଣି ସମସ୍ୟା ମଧ୍ୟ ଗାଁରେ ଉତ୍କଟତର। ପାଣି ଟାଙ୍କି ଅଛି କିନ୍ତୁ କାମରେ ଆସୁନି। ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାପାଇଁ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ କରିଥିଲେ ସୁଦ୍ଧା ଉଦଘାଟନର ୬ଦିନ ପରଠୁ ତାହା ଅଚଳ ହୋଇପଡି ରହିଛି । ଗ୍ରାମରେ ଶୁଦ୍ଧ ପାନୀୟ ଜଳର କୈଣସି ବ୍ୟବସ୍ଥା ନ ଥିବାରୁ ନଦୀର ଚୁଆପାଣିକୁ ଭରସା କରି ଦିନ କାଟୁଛନ୍ତି ଲୋକେ।
ସରକାର ରାସ୍ତା, ପାନୀୟ ଓ ଗୃହ ନିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ କିଛି ଅର୍ଥଖୋର ଲୋକ ଅର୍ଥ ବାଟ ମାରଣା କରୁଥିବାରୁ ଯୋଜନାର ଲାଭ ପାଉ ନାହାନ୍ତି ଗରିବ ଗ୍ରାମବାସୀ। ଫଳରେ ରାସ୍ତା ପାଣି ଭଳି ନିତାନ୍ତ ଆବସ୍ୟକ ଜିନିଷ ପାଇଁ ସଂଗ୍ରାମ କରୁଛନ୍ତି ଉପାନ୍ତବାସୀ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: