Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -  ମୁଢି ବିକାଳିକୁ ଟାଙ୍ଗିଆରେ ଆକ୍ରମଣ

Odisha

 ମୁଢି ବିକାଳିକୁ ଟାଙ୍ଗିଆରେ ଆକ୍ରମଣ

Manini Pattanayak
Browse all articles by Manini Pattanayak
·2 years ago·1 min read
 ମୁଢି ବିକାଳିକୁ ଟାଙ୍ଗିଆରେ ଆକ୍ରମଣ

ବୌଦ୍ଧ: ମୁଢି ବିକାଳିକୁ ଟାଙ୍ଗିଆରେ ଆକ୍ରମଣ।  ଗୁରୁତର ଅବସ୍ଥାରେ ବଲାଙ୍ଗୀର ମେଡିକାଲକୁ ସ୍ଥାନାନ୍ତରଣ l ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଦେଢ଼ଣମାଳ ଗାଁରେ ଘଟିଛି ଏଭଳି ଅଘଟଣ l ଗୁରୁତର ମୁଢି ବିକାଳି ହେଲେ ଅଭଲେ ବିଶି l ଆଜି ସକାଳୁ ଘଣ୍ଟାପଡା ଗାଁର ଅଭଲେ ଦେଢ଼ଣମାଳ ଗାଁକୁ ମୁଢି ବିକି ଆସିଥିଲେ । ତେବେ ସେହି ଗାଁରେ ଥିବା ଏକ ମୁଢି ମିଲ ମାଲିକ ଅଭଲେକୁ ଗାଁରେ ମୁଢି ନବିକିବାକୁ ବାରଣ କରିଥିଲେ l ପୂର୍ବରୁ ମନାକରିଥିଲେବି ଅଭଲେ କାହିଁକି ପୁଣିଥରେ ତାଙ୍କ ଗାଁକୁ ମୁଢି ବିକ୍ରି କରିବାକୁ ଆସିଛି ବୋଲି ସେ ଧମକ ଦେଇଥିଲା l

ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ଏଥିରେ ଉତକ୍ଷିପ୍ତ ହୋଇ ମୁଢି ମିଲ ମାଲିକ ତ୍ରିଲୋଚନ ମାଝୀ ଅଭଲେକୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲା l ଫଳରେ ଗୁରୁତର ଭାବରେ ଆହତ ହୋଇଥିଲେ ଅଭଲେ l ଗୁରୁତର ଅଭଲେକୁ ବଲାଙ୍ଗୀର ମେଡିକଲକୁ ସ୍ଥାନାନ୍ତରଣ କରାଯାଇଛି l ଘଣ୍ଟାପଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Mudhi factory owner attack to mudhi seller in Boudh | Argus News