Videos
|
Odisha

ବାଲେଶ୍ୱରରେ କାମରେ ଆସୁନି ସର୍ବସାଧାରଣ ଶୌଚାଳୟ

Manini Pattanayak
Browse all articles by Manini Pattanayak
·2 years ago·2 min read
ବାଲେଶ୍ୱରରେ କାମରେ ଆସୁନି ସର୍ବସାଧାରଣ ଶୌଚାଳୟ

ବାଲେଶ୍ୱର: ମୁକ୍ତା ଯୋଜନାରେ ମହା ଦୁର୍ନୀତି।  ସାଧାରଣ ଲୋକଙ୍କ କାମରେ ଲାଗୁନି ମୁକ୍ତା ଯୋଜନା। ବାଲେଶ୍ବରରେ କାମରେ ଆସୁନି ସର୍ବସାଧାରଣ ଶୌଚାଳୟ। ନିର୍ମାଣ ସରିଥିଲେ ବି ଶୌଚାଳୟରେ ପଡିଛି ତାଲା । ଟଙ୍କା ମଞ୍ଜୁରୀ ସରିଛି, ହେଲେ ଅନେକ ପ୍ରକଳ୍ପର ଏଯାଏଁ ଆରମ୍ଭ ହୋଇନି କାମ॥  ସ୍ଥାନୀୟ ଲୋକଙ୍କ ମଧ୍ୟରେ ଜୋରଦାର ଅସାନ୍ତି। ସହରାଞ୍ଚଳ ଲୋକଙ୍କ କର୍ମ ନିଯୁକ୍ତି ଯୋଗାଇ ଦେବା ସହ ସହର ବିକାଶ ପାଇଁ ତତ୍କାଳୀନ ବିଜେଡି ସରକାର ଦ୍ବାରା ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନାକୁ ନେଇ ଏବେ ବଢୁଛି ଦ୍ଵନ୍ଦ। କରୋନା କାଳରେ ଆରମ୍ଭ ହୋଇଥିବା ଏହି ମୁକ୍ତା ଯୋଜନାର ଉଦ୍ଦେଶ୍ୟ ଥିଲା ପ୍ରବାସୀ ଲୋକ ଓ ଏସ.ଏଚ.ଜି ଗ୍ରୁପକୁ କାମ ଯୋଗାଇ ଦେବା ସେଥିପାଇଁ ସହରର ବିଭିନ୍ନ ୱାର୍ଡରେ ଉନ୍ନୟନ ମୂଳକ କାମ ଆରମ୍ଭ ହେଲା।

ବାଲେଶ୍ବର ସହରର ୩୧ଟି ୱାର୍ଡରେ  ମିନି ପାର୍କ, ଓପନ୍ ଜିମ୍, ଶୌଚାଳୟ ଗୁଡ଼ିକ କାମ ଆରମ୍ଭ ହୋଇଥିଲା। କିନ୍ତୁ ଦେଖନ୍ତୁ ଏହି ଦୃଶ୍ୟକୁ...ସହରର ବିଭିନ୍ନ ୱାର୍ଡରେ ନିର୍ମାଣ ହୋଇଥିବା ୩୨ଟି ଶୌଚାଳୟ ମଧ୍ୟରୁ କେଉଁଠି ତାଲା ପଡ଼ି ରହିଛି ତ ଆଉ କେଉଁଠି ଶୌଚାଳୟ ଗୁଡ଼ିକ ଭାଙ୍ଗିରୁଜି ଗଲାଣି। ସେହିପରି ୭ ଟି ମିନି ପାର୍କର ଅବସ୍ଥା ଆହୁରି ବିପର୍ଯ୍ୟସ୍ତ। ଅନ୍ୟପଟେ ୮ଟି ପାଦ ଚଲା ରାସ୍ତା ପାଇଁ ପେଭର ବ୍ଲକ ପଡ଼ିଥିବା ବେଳେ ବିଭିନ୍ନ ଜାଗାରେ ଏହି ପେଭର ବ୍ଲକ ଭାଙ୍ଗିରୁଜି ଯାଇଛି। ୩୧ଟି ଓପନ୍ ଜିମର ଅବସ୍ଥା ବି ସମାନ। ଯାହାକୁ ନେଇ ସ୍ଥାନୀୟଲୋକଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି।  ବାଲେଶ୍ଵର ପୌରପାଳିକାରେ ମୁକ୍ତା ଯୋଜନାରେ ସମୁଦାୟ ୧୦୩ ପ୍ରକଳ୍ପ ପ୍ରସ୍ତାବ ଦିଆ ଯାଇଥିବା ବେଳେ ୯୮ ଟି ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ଯୋଜନାକୁ ୩ ବର୍ଷ ବିତି ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୪୧ ଟି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ୧୮ ଟି ପ୍ରକଳ୍ପରେ ବର୍ତ୍ତମାନ କାମ ଚାଲୁ ରହୁଥିବା ବେଳେ ୨୫ ଟି ପ୍ରକଳ୍ପର ଏଯାଏଁ କାମ ଆରମ୍ଭ ବି ହୋଇ ନାହିଁ। ବାକି ରହଥିବା ୧୪ ଟି ପ୍ରକଳ୍ପର ହିସାବ କାହା ପାଖରେ ମଧ୍ୟ ନାହିଁ। କେବଳ ସେତିକି ନୁହଁ ଅନେକ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇନଥିବାବେଳେ ରିପୋର୍ଟରେ କାର୍ଯ୍ୟ ଚାଲୁଥିବା ଦର୍ଶା ଯାଇଛି। ଅର୍ଥ ଅଭାବରୁ ଯୋଜନା ସ୍ଥଗିତ ଥିବା କହିଛନ୍ତି ବାଲେଶ୍ଵର ପୌରଧକ୍ଷା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Mukta scheme not work for common people | Argus News