Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -  ଗଣବଳାତ୍କାର ପରେ ହତ୍ୟା  : ବଡ଼ ଭାଇ ସମେତ ୪ ଗିରଫ 

Odisha

 ଗଣବଳାତ୍କାର ପରେ ହତ୍ୟା  : ବଡ଼ ଭାଇ ସମେତ ୪ ଗିରଫ 

Manini Pattanayak
Browse all articles by Manini Pattanayak
·2 years ago·2 min read
 ଗଣବଳାତ୍କାର ପରେ ହତ୍ୟା  : ବଡ଼ ଭାଇ ସମେତ ୪ ଗିରଫ 

 କନ୍ଧମାଳ:  ନିଜ ରକ୍ତର ଭଉଣୀକୁ ସାଙ୍ଗମାନଙ୍କ ସହ ଜଙ୍ଗଲରେ ଗଣବଳାତ୍କାର ଓ  ବଳାତ୍କାର ପରେ  ହତ୍ୟା।  ଘଟଣା ଜଣାପଡ଼ିବା ଭୟରେ ଭାଇ ସାଙ୍ଗ ମାନଙ୍କ ସହିତ ମିଶି  ନିଜ ଭଉଣୀକୁ ତଣ୍ଟିଚିପି  ଟାଙ୍ଗିଆରେ ହାଣି  ହତ୍ୟା କରି ମୃତଦେହକୁ  ଭାଇ  ଜଙ୍ଗଲରେ ପଥର ଖୋଲରେ ଫିଙ୍ଗିଦେଇଥିଲା l  ଏଭଳି ଏକ  ଅଭାବନୀୟ ଓ ଲଜ୍ଜାଜନକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଚକାପାଦ ଥାନା  ଅଧୀନ ଚାହାଳି ପଞ୍ଚାୟତ ଲିଆଗଡ଼ ଗ୍ରାମରେ l  ମୃତକ ଜଣକ ହେଲେ  ପୁଷ୍ପାଞ୍ଜଳି ଭୋଇ (୨୫) l ଏହାପରେ ଭଉଣୀ ନିଖୋଜ ହୋଇଥିବା ନେଇ ବଡ଼ ଭାଇ ଥାନା ରେ ଅଭିଯୋଗ କରିଥିଲେ l କିନ୍ତୁ ଭଉଣୀ ନିଖୋଜ ହୋଇଥିବା ଅଭିଯୋଗ କରିଥିବା ଅଭିଯୋଗକାରୀ ବଡ଼ ଭାଇ ହିଁ ଭଉଣୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ l  ପୋଲିସ ଏହି ଘଟଣାର ରେ ବଡ଼ ଭାଇ ସମେତ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ବଡ଼ ଭାଇ ପରେସ ଭୋଇ, ଟୁନା ଭୋଇ, ଚନ୍ଦ୍ରମଣି ଭୋଇ, ବିମଳା ନାୟକ  l

ସୁଚନା ପ୍ରକାରେ  ଚକାପାଦ ଥାନା ଚାହାଳି ପଞ୍ଚାୟତ ଲିଆଗଡ ଗ୍ରାମର ପୁଷ୍ପାଞ୍ଜଳି ନିଜ ବାପା ଭରତଙ୍କ ସହ ରହୁଥିଲେ। ଘର ଠାରୁ କିଛି ଦୂରରେ ତାଙ୍କ ବଡଭାଇ ପରେଶ ଭୋଇ ତାଙ୍କ ସ୍ତ୍ରୀଙ୍କ  ସହିତ ଅଲଗା ରୁହନ୍ତି। କିନ୍ତୁ ବଡ଼ ଭାଇର ନିଜ  ଶାଳୀ  ସହ ଅନୈତିକ ସମ୍ପର୍କ  ପୁଷ୍ପାଞ୍ଜଳି ଦେଖିବା ପରେ ସେ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ଭାଇ ଭଉଣୀ ଙ୍କ ମଧ୍ୟରେ ମନାନ୍ତର ହୋଇଥିଲା।  କାଳେ ଭଉଣୀ ଏହି ଘଟଣା ଚାରିଆଡେ ପ୍ରଘଟ କରିଦେବ ଭାବି  ସେ ପୁଷ୍ପାଞ୍ଜଳି କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା l

ଗତ ନଭେମ୍ବର ୩ତାରିଖରେ ପୁଷ୍ପାଞ୍ଜଳି ପତ୍ର ସଂଗ୍ରହ ପାଇଁ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ପରେଶ ମଧ୍ୟ ସେହି ଜଙ୍ଗଲକୁ ଗାଈ ଚରାଇବା ପାଇଁ ଯାଇଥିଲା। ଉଭଣୀଙ୍କୁ ସେଠାରେ ଦେଖି  ପ୍ରତିଶୋଧ ନେବା ପାଇଁ ଯୋଜନା କରିଥିଲା। ଏହାପରେ ସେ କିଛି ସାଙ୍ଗଙ୍କୁ ଫୋନ କରି ସେଠାକୁ ଡକାଇ ଥିଲା। ସମସ୍ତେ ମିଶି ସେଠାରେ ମଦ ପିଇବା ପରେ ପରେଶଙ୍କ ସାଙ୍ଗ ମାନେ ପୁଷ୍ପାଞ୍ଜଳିଙ୍କୁ ଗଣବଳାତ୍କାର କରିଥିଲେ। ପୁଷ୍ପାଞ୍ଜଳି ଚିତ୍କାର କରିବାରୁ ପରେଶ ତାର ତଣ୍ଟି ଚିପି ଦେଇଥିଲେ। ମୂର୍ଚ୍ଛା ହେବା ପରେ ପୁଷ୍ପାଞ୍ଜଳି ଡାଳ କାଟିବା ପାଇଁ ଆଣି ଥିବା ଟାଙ୍ଗି ଆରେ ତାଙ୍କୁ ହତ୍ୟା କରିଥିଲେ। ଏହାପରେ ସମସ୍ତେ ମିଶି ମୃତଦେହକୁ ନିକଟସ୍ଥ ଏକ ପାହାଡ ଖୋଲ ଭିତରେ ପକାଇ ଦେଇଥିଲେ। ଝିଅ ଘରକୁ ନ ଆସିବାରୁ ବାପା ଖୋଜାଖୋଜି କରି ମଧ୍ୟ କୌଣସି ସନ୍ଧାନ ପାଇନଥିଲେ । ନଭେମ୍ବର ୬ ତାରିଖ ଦିନ ମୁଖ୍ୟ ଅଭିଯୁକ୍ତ ପରେଶ ଭଉଣୀଙ୍କ ନିଖୋଜ ନେଇ ଚକାପାଦ ଥାନାରେ ଏତଲା ଦେଇଥିଲେ ।  ଘଟଣା ପରେ ପୋଲିସ କଟଡି ଜଙ୍ଗଲରୁ  ପୁଷ୍ପାଞ୍ଜଳି ଙ୍କ ଗଳିତ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ l ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା  ଜଣାପଡିଥିଲା l  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus Whatsapp Channel Mobile Top
Sponsored
Murder after rape: 4 arrested including elder brother | Argus News