|
logo
Live

Argus News - ରାଜ୍ୟରେ ହତ୍ୟାଜନିତ ମାମଲା ଏବଂ ମହିଳା ଉତ୍ପୀଡ଼ନ ମାମଲା ବୃଦ୍ଧି ପାଇଛି

Odisha

ରାଜ୍ୟରେ ହତ୍ୟାଜନିତ ମାମଲା ଏବଂ ମହିଳା ଉତ୍ପୀଡ଼ନ ମାମଲା ବୃଦ୍ଧି ପାଇଛି

Ritu Das
Browse all articles by Ritu Das
·2 years ago·2 min read
ରାଜ୍ୟରେ ହତ୍ୟାଜନିତ ମାମଲା ଏବଂ ମହିଳା ଉତ୍ପୀଡ଼ନ ମାମଲା ବୃଦ୍ଧି ପାଇଛି

ଅର୍ଗସ ବ୍ୟୁରୋ: ନ୍ୟାସନାଲ୍ କ୍ରାଇମରେକର୍ଡ ବ୍ୟୁରୋର ପ୍ରକାଶିତ ୨୦୨୨ ରିପୋର୍ଟରେ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ମହିଳାଙ୍କ ସୁରକ୍ଷାକୁ ନେଇ ସରକାର ଚିନ୍ତିତ ନ ଥିଲା ଭଳି ଲାଗୁଛି। ସେହିପରି ହତ୍ୟା ଜନିତ ମାମଲା, ଅସଦାଚରଣ ମାମଲା ଏବଂ ଶିଶୁ ବିରୋଧୀ ଅପରାଧ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। କଣ କରୁଛି ରାଜ୍ୟରେ ବିଜେଡି ସରକାର ବୋଲି ବିଜେପି ପ୍ରଶ୍ନ କରିଛି। 

ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ଅନୁସାରେ ପ୍ରକାଶ ପାଇଲା ୨୦୨୨ NCRB ରିପୋର୍ଟ
୨୦୨୧ ତୁଳନାରେ ଦେଶରେ ମହିଳା ବିରୋଧୀ ଅପରାଧ ୪% ବଢ଼ିଥିବା ବେଳେ ଶିଶୁ ବିରୋଧୀ ଅପରାଧ ୮.୭% ବଢ଼ିଛି । 
ତେବେ ଚିନ୍ତା ବଢ଼ାଇଛି ଅର୍ଥନୈତିକ ଅପରାଧ, ଦୁର୍ନୀତି ଓ ସାଇବର ଅପରାଧ । 
୨୦୨୧ ତୁଳନାରେ ୨୦୨୨ରେ ଦେଶରେ ସାଇବର ଅପରାଧ ୨୪.୪% ବଢ଼ିଥିବା ବେଳେ ଅର୍ଥନୈତିକ ଅପରାଧ ୧୧.୧%, ଦୁର୍ନୀତି ୧୦.୫% ବଢ଼ିଛି । 
- ଓଡ଼ିଶାରେ ୨୦୨୧ରେ ୧ ଲକ୍ଷ ୫୫ ହଜାର ୪୨୦ ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ୨୦୨୨ରେ ଏହା ବୃଦ୍ଧି ପାଇ ୧ ଲକ୍ଷ ୭୮ ହଜାର ୧୯୦ରେ ପହଞ୍ଚିଛି । 
ସେହିପରି ୨୦୨୨ରେ ରାଜ୍ୟରେ ୧ ହଜାର ୩୭୯ ହତ୍ୟା ମାମଲାରେ ୧ ହଜାର ୪୦୨ ଜଣଙ୍କର ମୃତ୍ୟୁ ହୋଇଛି ।
 NCRB ରିପୋର୍ଟ କହୁଛି, ରାଜ୍ୟରେ ବାର୍ଷିକ ପ୍ରତି ଲକ୍ଷେ ଲୋକରୁ ୩ ଜଣ ହତ୍ୟାର ଶିକାର ହେଉଛନ୍ତି । 
- ଏହି ସମୟରେ ଯୌତୁକ ଜନିତ ୨୬୩ ମାମଲା ହୋଇଛି ।
- ମହିଳା ଅସଦାଚରଣରେ ଦେଶରେ ୪ ନମ୍ବର ସ୍ଥାନରେ ରହିଛି ଓଡ଼ିଶା । 
୨୦୨୨ରେ ରାଜ୍ୟରେ ୭ ହଜାର ୩୨୭ଟି ମହିଳା ଅସଦାଚରଣ ମାମଲା ହୋଇଛି । 
- ଯଦିଓ ପୂର୍ବ ବର୍ଷ ତୁଳନାରେ ରାଜ୍ୟରେ ମହିଳା ବିରୋଧୀ ଅପରାଧ କମିଛି, ତଥାପି ମହିଳା ବିରୋଧୀ ଅପରାଧରେ ଦେଶରେ ସପ୍ତମ ସ୍ଥାନରେ ରହିଛି ଓଡ଼ିଶା । 
୨୦୨୧ରେ ରାଜ୍ୟରେ ୩୧ ହଜାର ୩୫୨ ମହିଳା ବିରୋଧୀ ଅପରାଧ ଘଟିଥିବା ବେଳେ ୨୦୨୨ରେ ଏହା ୨୩ ହଜାର ୬୪୮କୁ ଖସି ଆସିଛି । 
- ୨୦୨୨ରେ ରାଜ୍ୟରେ ୧୪ଟି ଦୁଷ୍କର୍ମ ସହ ହତ୍ୟା ମାମଲା ରୁଜୁ ହୋଇଛି, ଯାହାକି ଦେଶରେ ଚତୁର୍ଥ ସର୍ବାଧିକ । 
- ରାଜ୍ୟରେ ବଢ଼ୁଛି ଶିଶୁ ବିରୋଧୀ ଅପରାଧ । 
୨୦୨୧ରେ ରାଜ୍ୟରେ ୭ ହଜାର ୮୯୯ଟି ଶିଶୁ ବିରୋଧୀ ଅପରାଧ ଘଟିଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ୮ ହଜାର ୨୪୦ରେ ପହଞ୍ଚିଛି ।

ଅଧିକ ପଢ଼ନ୍ତୁ ଅପରାଧ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ରାଜ୍ୟରେ ହତ୍ୟାଜନିତ ମାମଲା ଏବଂ ମହିଳା ଉତ୍ପୀଡ଼ନ ମାମଲା ବୃଦ୍ଧି ପାଇଛି | Argus News